Below header

ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ

ଭୁବନେଶ୍ବରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡକୁ ଯାଉଛି । ସେମାନଙ୍କୁ ବେହୋସ କରି ନେଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡକୁ ଯାଉଛି । ସେମାନଙ୍କୁ ବେହୋସ କରି ନେଇଥିବା ସୂଚନା ମିଳିଛି । ସେମାନେ ହୋସରେ ଆସିବା ପରେ କୌଶଳକ୍ରମେ ଖସି ଘରକୁ ଖବର ଦେଇଥିଲେ ।
ଗତକାଲି ଦଶମ ଶ୍ରେଣୀର ଛାତ୍ର ପୃଥ୍ଵୀରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ହେଲେ ଘରକୁ ଫେରି ନଥିଲେ ଦୁଇ ନାବାଳକ। ସକାଳୁ ରାତି ଯାଏ ଖୋଜିଖୋଜି କରି ନୟାନ୍ତ ହେଲେ ଦୁଇ ନାବାଳକଙ୍କ ବାପା ମାଆ ଓ ପରିବାର ଲୋକେ। ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ବାପା ମାଆ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୋଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିଥିଲା। ଏଥିସହ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଏହି ଦୁଇ ଛାତ୍ରଙ୍କୁ କିଏ ଅପହରଣ କରି ନେଇ ପରିବାର ଲୋକେ ସନ୍ଦେହ କରୁଥିଲେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.