ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ୨ ଗିରଫ

ବାଲିଗୁଡା(କେନ୍ଯୁଜ୍): ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ । ବାଲିଗୁଡା କୋଟଗଡ ବନ ବିଭାଗ ଦ୍ୱାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

କୋଟଗଡ ବନାଞ୍ଚଳର ଯୁବାଗୁଡା ଛକ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ ଗ୍ରାହକ ସାଜି ମାଡି ବସିଥିଲା । ଗିରଫ ଦୁଇ ବେପାରୀ ହେଲେ ଶ୍ରୀରାମପୁର ମାଟିଗଡା ଅଞ୍ଚଳର ତ୍ରିପଟ କପାଟ ପାତ୍ର ଓ ମିଥୁନ ପଦ୍ମାସେଟ୍‌ । ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୩ଫୁଟର ଉର୍ଦ୍ଧ୍ୱ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.