ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଆଖି ପିଛୁଳାକେ ଚାଲିଗଲା ୩ ଜୀବନ

ଆନନ୍ଦପୁର ବ୍ୟାରେଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଆନନ୍ଦପୁର (କେନ୍ୟୁଜ): ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଚାଲିଗଲା ୩ ଜୀବନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ଛକ ନିକଟରେ ୨ବାଇକ୍ ମଧ୍ଯରେ ଧକ୍କା ହୋଇଛି । ଦୁର୍ଘଟଣାରେ ମୃତକଙ୍କ ମଧ୍ଯରୁ ୨ଜଣ ପୁରୁଷ ଓ ଜଣେ ମହିଳା ।

ମୃତକ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ତାଙ୍କ ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.