ଥମିବାର ନାମ ନେଉନି ହାତୀ ଆତଙ୍କ : ମୋରଡାରେ ନାବାଳିକାଙ୍କୁ କଚାଡି ମାରିଲା ଦନ୍ତା, କାନ୍ଥ ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାମ ନେଉନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଗୋଟିଏ ଦିନରେ ପୁଣି ଜଣେ ନାବାଳିକା ସମେତ ୩ ମୃତ । ଜିଲ୍ଲାରେ ସବୁଠି ହାତୀପଲ ଉପଦ୍ରବ ଜ।।ରି ରଖି ବ୍ୟପକ ଧାନଫସଲ ନଷ୍ଟ କରିବା ସହ ମଣିଷ ଜୀବନ ନେଉଛି । ଗତକାଲି ମୋରୋଡା ବ୍ଳକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ସମାଇଡିହି ଗ୍ରାମରେ ଏକ ନାବାଳିକାକୁ କଚାଡି ମାରିଛି ଦନ୍ତା ।

ସେହିଭଳି ବେତନଟୀ ରେଞ୍ଜ ତାଡକି ଗ୍ରାମରେ ହାତୀ ଆକ୍ରମଣରେ ଘର କାନ୍ଥ ପଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଝାରପୋଖରିଆ ଥାନା ପାଣିଶୋଳ ଗ୍ରାମରେ ମଧ୍ୟ ଘର ବାରଣ୍ଡାରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ସମାଇଡିହି ଗ୍ରମାର ନାବାଳିକା ୫ ବର୍ଷର ଗୁନୁ ପାରମାଣିକ, ବେତନଟୀ ତାଡକି ଗ୍ରମାର ୬୨ ବର୍ଷିୟା ଦେବ ଦେହୁରୀ ଏବଂ ଝାରପୋଖରିଆ ଥାନା ଅଧିନ ପାଣିଶୋଳ ଗ୍ରମାର ୪୩ ବର୍ଷିୟା ଭବାନୀ ଶଙ୍କର ମହାନ୍ତ । ଘରେ ଶୋଇଥିବା ବେଳେ ହାତୀ ନାବାଳୀକାକୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା ।

ସେହିଭଳି ଭାବାନୀ ଶଙ୍କର ମହାନ୍ତ ମଧ୍ୟ ଘର ପିଣ୍ଡାରେ ଶୁଇଥିବା ବେଳେ ହାତୀ ଆକ୍ରମଣ କରି ଦଳି ଦେଇଥିଲା । ଏବଂ ବେତନଟୀ ରେଞ୍ଜ ତାଡକି ଗ୍ରମାରେ ହାତୀ ଆକ୍ରମଣ କରିବା ଫଳରେ ଘରର କାନ୍ଥ ଭାଙ୍ଗି ଦେବ ଦେହୁରୀଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ମୟୁରଭଞ୍ଜ ଜିଲ୍ଲାର ମରୋଡା, ରାସଗୋବିନ୍ଦପୁର, ବେତନଟୀ, ବାରିପଦା, ସରସକଣା ,ବାଙ୍ଗିରିପୋଷି, କରଞ୍ଜିଆ, ଠାକୁରମୁଣ୍ଡା ଆଦି ଅଞ୍ଚଳରେ ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ହାତୀ ଘଉଡାଇବାକୁ ସଫଳ ହୋଇ ପାରୁ ନାହିଁ ବନ ବିଭାଗ । ଯାହାକୁ ନେଇ ଲୋକେ ଆତଙ୍କିତ ଭାବେ ରହୁଥିବା ବେଳେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.