ଭାରତୀୟ ମହିଳା ଭଲିବଲ୍‌ ଟିମ୍‌କୁ ସଫଳତା, ତୃତୀୟ AVC ମହିଳା ଚ୍ୟାଲେଞ୍ଜରେ ଜିତିଲେ ରୌପ୍ୟ ପଦକ

୨୧ତମ ପ୍ରିନ୍‌ସେସ୍‌, ତୃତୀୟ AVC ମହିଳା ଚ୍ୟାଲେଞ୍ଜ କପ୍‌ରେ ରୌପ୍ୟ ପଦକ ଜିତିଲା ଭାରତୀୟ ମହିଳା ଭଲିବଲ ଦଳ। ପ୍ରଥମ ଥର ଲାଗି ଭାରତୀୟ ସିନିଅର ମହିଳା ଦଳ ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଛି।

ଥାଇଲାଣ୍ଡ ପଟାୟାରେ ଆୟୋଜିତ ୨୧ତମ ପ୍ରିନ୍‌ସେସ୍‌ କପ୍‌ AVC ମହିଳା ଚ୍ୟାଲେଞ୍ଜ ଭଲିବଲ ଟୁର୍ଣ୍ଣାମେଣ୍ଟର ବୁଧବାର ଫାଇନାଲ ମ୍ୟାଚ୍‌ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୨-୩ ସେଟ୍‌ରେ ଥାଇଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଭାରତ ଲିଗ୍‌ ପର୍ଯ୍ୟାୟରେ ସିଙ୍ଗାପୁର, ଉଜବେକିସ୍ତାନ, ମାଲେସିଆ ଆଦି ଦଳକୁ ପରାସ୍ତ କରିଥିଲା।

ଭାରତର ସଫଳତା ପରେ ହେଡ୍‌ କୋଚ୍‌ ପ୍ରିତମ ସିଂହ ଚୌହ୍ଵାନ ଏବଂ ସବୁ ଖେଳାଳି ଭଲିବଲ ଫେଡେରେସନ ଅଫ ଇଣ୍ଡିଆ ସଭାପତି, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଖେଳାଳିଙ୍କ ଅଭ୍ୟାସ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ସେପଟେ ସମ୍ମାନଜନକ ଚାମ୍ପିଅନସିପ୍‌ରେ ସଫଳତା ପାଇଁ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ଇଣ୍ଡିଆନ ଭଲିବଲ ଫେଡେରେସନର ସଭାପତି, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.