ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅଜଣା ଗାଡ଼ି ଧକ୍କା ନେଲା ୨ ଜୀବନ । କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟ ହୋଇଛି । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ୱର ଧାନ ଏବଂ ପଣ୍ଡରୀକଟା ଗାଁରେ ଦଧି ଦର୍କା ବୋଲି ଜଣାପଡିଛି ।

କୁଚିଣ୍ଡା (କେନ୍ୟୁଜ): ଅଜଣା ଗାଡ଼ି ଧକ୍କା ନେଲା ୨ ଜୀବନ । କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟ ହୋଇଛି । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ୱର ଧାନ ଏବଂ ପଣ୍ଡରୀକଟା ଗାଁରେ ଦଧି ଦର୍କା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଉଭୟ ବୁଧବାର ଦିନ ସକାଳ ସମୟରେ ଶୌଚ ହେବା ପାଇଁ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ଆସି ଉଭୟଙ୍କ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଛିଟ୍‌କି ପଡିଥିଲେ । ଏପିରିକି ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି । ସେପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ତେବେ ରାସ୍ତା ରୋକର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.