କାର୍-ବାଇକ୍ ମୁହାଁମୁହିଁ ଧକ୍କା : ୨ ମୃତ

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ନିକଟରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୁଲବା ଗାଁର ରିକାଶ ନାଏକ ଓ ତେଲେନଡ଼ିହି ଗାଁର ବୀରେନ୍ଦ୍ର ମହାନନ୍ଦିଆ ।

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ନିକଟରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୁଲବା ଗାଁର ରିକାଶ ନାଏକ ଓ ତେଲେନଡ଼ିହି ଗାଁର ବୀରେନ୍ଦ୍ର ମହାନନ୍ଦିଆ ।

ଦୁଇ ସାଙ୍ଗ ଉଜ୍ଜ୍ୱଳପୁର ଇଲେକ୍ଟ୍ରି ଡିଭିଜନରେ କାମ କରୁଥିଲେ । କାମ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ପହଞ୍ଚି କାର୍ ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.