ମୁମ୍ବାଇ: ଲୋକମାନ୍ୟ ତିଳକ ଟର୍ମିନସ୍‌ ରେଲୱେ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଲୋକମାନ୍ୟ ତିଳକ ଟର୍ମିନସ୍‌ ରେଲୱେ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗର ୮ରୁ ୧୦ଟି ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛି। ଷ୍ଟେସନର ୱେଟିଂ ଏରିଆରେ ଥିବା ଟିକେଟ୍‌ ଆରକ୍ଷଣ କେନ୍ଦ୍ରର ଉପର ମହଲା ଜନ ଆହାର କ୍ୟାଣ୍ଟିନ୍‌ରେ ନିଆଁ ଲାଗିଥିବା ସୂଚନା ରହିଛି।

ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଲୋକମାନ୍ୟ ତିଳକ ଟର୍ମିନସ୍‌ ରେଲୱେ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗର ୮ରୁ ୧୦ଟି ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛି। ଷ୍ଟେସନର ୱେଟିଂ ଏରିଆରେ ଥିବା ଟିକେଟ୍‌ ଆରକ୍ଷଣ କେନ୍ଦ୍ରର ଉପର ମହଲା ଜନ ଆହାର କ୍ୟାଣ୍ଟିନ୍‌ରେ ନିଆଁ ଲାଗିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ଯୋଗୁ ଷ୍ଟେସନ ପରିସରରେ ବହୁ କ୍ଷୟକ୍ଷତି ହୋଇଛି।

ବାହାର କାଚ ଭାଙ୍ଗି ପାଣି ପାଇପ୍‌ ଭିତରକୁ ନିଆଯାଇଥିଲା। ଏହାପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାଥମିକ ସୂଚନା ମୁତାବକ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏଲ୍‌ଟିଟିର ୱେଟିଂ ଏରିଆରେ ହଜାର ହଜାର ଯାତ୍ରୀ ଉପସ୍ଥିତ ଥିଲେ, କିନ୍ତୁ ନିଆଁ ଲାଗିବା କ୍ଷଣି ସମସ୍ତଙ୍କୁ ସୁରକ୍ଷିତ ରୂପେ ବାହାରକୁ ନିଆଯାଇଥିଲା।

କେନ୍ଦ୍ରୀୟ ରେଳ ମୁମ୍ବାଇ ଡିଭିଜନର ଡିଆର୍‌ଏମ୍‌ ରଜନୀଶ ଗୋଏଲ୍‌ କହିଛନ୍ତି ଯେ ପ୍ରଥମ ମହଲାରେ ଡର୍ମିଟୋରୀ କାମ ଚାଲିଥିଲା। ଏହି ସ୍ଥାନରେ ଜନ ଆହାର କେନ୍ଦ୍ର ରହିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଘଟଣାର ତଦନ୍ତ ଚାଲିଛି। ନିଆଁ ଲାଗିବା କାରଣରୁ ୩ଟି ଟ୍ରେନ୍‌ ବିଳମ୍ବରେ ଗଡ଼ିଛି। ୧ ନମ୍ବର ପ୍ଲାଟଫର୍ମକୁ ବହୁତ ଜଲ୍‌ଦି କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଚାଲିଛି।

ଏଲ୍‌ଟିଟି ଷ୍ଟେସନ ନିକଟ ଆରକ୍ଷଣ କେନ୍ଦ୍ର ଏବଂ ହଲ୍‌ର ବିଦ୍ୟୁତ୍‌ ସରବରାହକୁ ବନ୍ଦ କରି ଦିଆଯାଇଛି। ଏହି କାରଣରୁ କିଛି ସମୟ ପାଇଁ ଟିକେଟିଂ ହୋଇପାରିବ ନାହିଁ ଏବଂ ପ୍ଲାଟ୍‌ଫର୍ମ ବନ୍ଦ ଯୋଗୁ ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ଗଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.