ରାଉରକେଲା ସରକାରୀ ହସ୍ପିଟାଲର ଦୁଇ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ

ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ର ଦୁଇ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି । ସୂଚନା ଦେବା ଯୋଗ୍ୟକି, ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ବାହାରିଥିବା ୧୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ରାଉରକେଲା ଜେଲ୍‌ର ୬ ଜଣ ଓ ସରକାରୀ ଡାକ୍ତରଖାନାର ୨ ଜଣ ଷ୍ଟାଫ୍‌ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହିଁ ଏନେଇ ସୂଚନା ଦିଆଯାଇଛି । ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ମହାନଗର ନିଗମ ତରଫରୁ ଆଇଜିଏଚ୍‌ ଓ ଜେଲ୍‌କୁ ବିଶୋଧନୀକରଣ କରାଯାଇଛି ।

ଜେଲ୍‌ରେ ବାହାରିଥିବା ପଜିଟିଭ୍‌ଙ୍କୁ ଅଲଗା ସେଲ୍‌ରେ ରଖାଯାଇଛି । ଅନ୍ୟ ପକ୍ଷରେ ଅନ୍ୟ କଏଦୀ ମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହ ଆକ୍ରାନ୍ତ ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହା ସହ ଆଇଜିଏଚ ବା ଇସ୍ପାତ ଜେନେରାଲ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କର୍ମଚାରୀ ମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । କହିରଖିବା ଉଚିତ ହେବକି, ଆଜି ରାଜ୍ୟରେ ୭୫ ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୧୮ ଜଣ ଥିବା ଜଣାଯାଇଛି ।

ଚିହ୍ନଟ ୭୫ ଜଣଙ୍କ ମଧ୍ୟରୁ ୭୨ ଜଣ କ୍ଵାରିଣ୍ଟିଂନ ସେଣ୍ଟରରୁ ବାହାରିଥିବା ବେଳେ ଅନ୍ୟ ମାନେ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଯେବେକି ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ଜଣେ ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.