ଗାଧୋଇବା ହେଲା କାଳ : ବୁଡ଼ିଗଲେ ଦୁଇ ସାଙ୍ଗ

ବାଲେଶ୍ୱର(କେନ୍ୟୁଜ୍) : ସାଙ୍ଗ ହୋଇ ଗାଧୋଇବା ବେଳେ ବୁଡ଼ିଗଲେ । ପୋଖରୀରେ ବୁଡ଼ି ୨ ଜଣ ଶିଶୁ କନ୍ୟାଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଚକୁଳିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ଲକ୍ଷ୍ମୀଧର ବିନ୍ଧାଣି ଓ ବରଜ ମୁର୍ମୁଙ୍କୁ ଦୁଇ ଝିଅ । ଆଜି ଅପରାହ୍ନରେ ସେମାନେ ଗାଁ ନିକଟ ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ଜଣଙ୍କର ପାଦ ଖସି ଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଯାଇ ବୁଡ଼ି ଯାଇଥିଲା ଆଉ ଜଣେ । ଗାଁ ଲୋକ ଉଦ୍ଧାର କରିଥିଲେ ବି ସେତେବେଳେକୁ ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.