ଟ୍ୟୁସନ୍‌ ସାରଙ୍କ ସହ ୨ ନାବାଳିକା ଛାତ୍ରୀଙ୍କୁ ନେଇ ବଡ଼ଗଡ଼ ଥାନାରେ କମିସନରେଟ୍‌ ପୋଲିସ୍, ଚାଲିଛି ପଚରାଉଚରା

ଭୁବନେଶ୍ବର(କେନ୍ଯୁଜ୍): ଟ୍ୟୁସନ୍‌ ସାରଙ୍କ ସହ ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ବଡ଼ଗଡ଼ ଥାନାରେ ପହଞ୍ଚିଲା କମିସନରେଟ୍‌ ପୋଲିସ ଟିମ୍‌ । ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀ ଓ ଟ୍ୟୁସନ ସାରଙ୍କୁ ଠାବ କରିଥିଲା ଅଇଁଠାପାଲି ଥାନା ପୋଲିସ । ଟ୍ୟୁସନ ସାର୍‌ଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଉଦ୍ଧାର ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୋଲିସ ।

ସେପେଟ ଟ୍ୟୁସନ ସାରଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଛାତ୍ରୀଙ୍କ ମାଆ । ପ୍ରତିଶୋଧ ପରାୟଣ ହୋଇ ଏମିତି କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ମାଆ । ଛାତ୍ରୀ ଦୁଇ ଜଣ ୧୯ ତାରିଖରେ ଭୁବନେଶ୍ୱରରୁ ସମ୍ବଲପୁର ଯାଇଥିଲେ । ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍‌ ଫେରାର ହୋଇଯାଇଥିବା ପରିବାର ଲୋକେ ଭୁବନେଶ୍ୱର ବଡଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.