ଗଞ୍ଜାମ ପୋଲସରା ଓ କବିସୂର୍ଯ୍ୟନଗର ଥାନାଞ୍ଚଳରେ ବିଭିନ୍ନ ଚୋରି ଘଟଣାରେ ୨ ଲୁଟେରା ଗିରଫ

ଭଞ୍ଜନଗର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ପୋଲସରା ଓ କବିସୂର୍ଯ୍ୟନଗର ଥାନାଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସରା ଥାନା ପୋଲିସ । ଉଭୟ ଥାନାଞ୍ଚଳର କିଛି ବ୍ୟକ୍ତିଙ୍କ ଘର ଓ ଦୋକାନ କବାଟ ଭାଙ୍ଗି ନଗଦ ଟଙ୍କା , ସୁନା ଅଳଙ୍କାର, ମୋବାଇଲ ଦୋକାନରୁ ବହୁ ସଂଖ୍ୟକ ମୋବାଇଲ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏ ସଂକ୍ରାନ୍ତରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି, ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ କରିଛଇ । ସେମାନଙ୍କ ଠାରୁ ସୁନା ଅଳଙ୍କାର ଓ ବହୁ ସଂଖ୍ୟକ ମୋବାଇଲ ଜବତ କରିଥିବା ନେଇ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.