କଟକ ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୧ ମୃତ, ୨ ନିଖୋଜ

କଟକ(କେନ୍ୟୁଜ୍):କେନାଲରେ ଭାସିଯାଇ ୧ ମୃତ, ୨ ନିଖୋଜ । କଟକ ଜଗତପୁର ଅଞ୍ଚଳର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ତ୍ରିଲୋଚନ ମହଲା। ଅନ୍ୟ ୨ ନିଖୋଜ ଗୋପାଳ ସାହୁ ଓ ବାଦଲ ସାହୁଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମବାହିନୀର ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ତ୍ରିଲୋଚନ ଓ ଗୋପାଳଙ୍କ ଘର ଚାଉଳିଆ ଅଞ୍ଚଳର ହୋଇଥିବାବେଳେ ବାଦଲଙ୍କ ଘର ଚୌଦ୍ୱାର ଅଞ୍ଚଳରେ । ଗତକାଲି ରାତିରେ ୩ ଯୁବକ ଭାସିଯାଇଥିଲେ । ସାକାଳୁ ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.