ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍

କେନ୍ଯୁଜ୍: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ପୁଣି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ ଖୋଲିଛି। ସମୁଦାୟ ୮ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ୨୪ତାରିଖରେ ୬ଟି ଗେଟ ଖୋଲାଯାଇଥିଲା। ଆଜି ପୁଣି ଆଉ ୨ଟି ଗେଟ ଖୋଲାଯାଇଛି।

ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଏହି ସମୟ ମଧ୍ୟରେ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ଏକଲକ୍ଷ ୮୪ହଜାର ୮୯୯ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏକଲକ୍ଷ ୧୩ହଜାର ୨୦୮ ଘନଫୁଟ ଜଳ ନିଷ୍କାସନ ହେଉଛି। ଗତ ୧୧ ତାରିଖରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା। ଦୁଇଟି ଗେଟ ଖୋଲି ବର୍ଷା ଜଳ ନିଷ୍କାସନ ହୋଇଥିବା ବେଳେ ଉପରମୁଣ୍ଡରେ ବର୍ଷା ଜଳ କମିବା ପରେ ୧୭ତାରିଖରେ ଗେଟକୁ ବନ୍ଦ କରିଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.