କଟକଣା ସତ୍ତ୍ୱେ ପାଣି ଭାର ନେବା ପଡିଲା ମହଙ୍ଗା: ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଜଳେଶ୍ବର(କେନ୍ଯୁଜ୍): ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ ଅଛନ୍ତି । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ ।

ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି । ସୂଚନାମୁତାବକ, ଆଜି ଶ୍ରାବଣ ପ୍ରଥମ ସୋମବାର ଥିବାରୁ ଧର୍ମଦ୍ୱାର ଗାଁର ଦୁଇ ଭାଇ ସୁବର୍ଣ୍ଣରେଖା ନଦୀର ଶିଆଡି ଘାଟରେ ବୁଡ ପକାଇବାକୁ ଯାଇଥିଲେ । ନଦୀର ଗଭୀର ସ୍ରୋତରେ ବଡଭାଇ ଶୁଭମ ଭାସିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.