ପାଟଣାଗଡ଼ ବୀଭତ୍ସ ହତ୍ୟାକାଣ୍ଡ ମାମଲା: ଆଉ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ୍

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାରେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏହି ମାମଲାରେ ପୂର୍ବରୁ ୨ ଜଣଙ୍କୁ ଅଟକ ଅଛନ୍ତି । ଏବେ ୪ ଜଣଙ୍କୁ ଜେରା କରୁଛି ପାଟଣାଗଡ଼ ପୋଲିସ । ଘଟଣା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି ।

ଏହା ମର୍ଡର ନା ସୁଇସାଇଡ୍‌ ? କିଏ ସେମାନଙ୍କୁ ହତ୍ୟା କଲା ? ଏମିତି ନୃଶଂସ ଭାବରେ କାହିଁକି ମାରିଲା ? ୬ ଜଣଙ୍କୁ ହତ୍ୟା କରି କେହି ମୃତଦେହକୁ ଘର ଭିତରେ ବନ୍ଦ କରି ନାହିଁ ତ ? ଏସବୁର ଖୋଳତାଡ ଚାଲିଛି । ବୁଧବାର ବନ୍ଦ ଘରୁ ଗୋଟିଏ ପରିବାରର ବାପା, ମାଆ ଓ ଚାରି ପିଲାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.