Below header

ବିଶ୍ୱରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ, ଗତ ସପ୍ତାହେ ହେବ ପ୍ରତ୍ୟେକ ଦିନ ୮ ହଜାର ୪୧୮ ଅଧିକ ଲୋକଙ୍କର ଯାଉଛି ଜୀବନ

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ । ବିଶ୍ୱରେ ଏବେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ସପ୍ତାହେ ହେବ ବିଶ୍ୱରେ କରୋନା ଯୋଗୁ ପ୍ରତ୍ୟେକ ଦିନ ୮ ହଜାର ୪୧୮ ଅଧିକ ଲୋକଙ୍କ ଜଣଙ୍କ ଜୀବନ ଯାଇଛି । ଉହାନରୁ କରୋନା ଆରମ୍ଭ ହେବାର ୧୧ ମାସ ମଧ୍ୟରେ ଏହା ସର୍ବାଧିକ । ସପ୍ତାହେ ହେବ ଆମେରିକାରେ ପ୍ରତ୍ୟେକ ଦିନ ୧୦୮୬ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ଫ୍ରାନ୍ସରେ ୫୩୩ ଓ ଭାରତରେ ୫୨୨ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।

ମାର୍ଚ୍ଚ, ଏପ୍ରିଲ ଓ ମେ’ ତୁଳନାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ସପ୍ତାହର କରୋନା ମୃତ୍ୟୁ ଏପ୍ରିଲ ଆରମ୍ଭରେ ଦେଖାଦେଇଥିବା ମୃତ୍ୟୁ ରେକର୍ଡକୁ ଭାଙ୍ଗିଛି । ଫ୍ରାନ୍ସ, ଇଟାଲୀ ଓ ବ୍ରିଟେନ୍‌ ଭଳି ଦେଶରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି । ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଆମେରିକା ନୂଆ ରେକର୍ଡ କରିଛି ।

ଗୋଟିଏ ଦିନରେ ରେକର୍ଡ ୧ ଲକ୍ଷ ୬୧ ହଜାର ୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା ପରେ ଭାରତରେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭାରତରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱର ଦ୍ୱିତୀୟ ହଟ୍‌ସ୍ପଟ୍‌ ପାଲଟିଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.