ସାମ୍ନାକୁ ଆସିଲା ତନୁଶ୍ରୀ ଦତ୍ତାଙ୍କ ଟ୍ରାସଫର୍ମେସନ୍‌ ଲୁକ୍‌, ୧୫ କିଲୋ ଓଜନ କମ କରି ଦେଖାଯାଉଛନ୍ତି ଏକଦମ୍‌ ଫିଟ୍‌

ଅନେକ ଦିନ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି ତନୁଶ୍ରୀ ଦତ୍ତା। ୨୦୧୮ରେ ସେ ମି ଠୁ ଜରିଆରେ ନିଜ ଉପରେ ଯୌନ ଶୋଷଣର ଖୁଲାସା କରିବା ନେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କ ଖୁଲାସା ପରେ ଗ୍ଲାମର ଇଣ୍ଡଷ୍ଟ୍ରି ସହ ଯୋଡି ହୋଇଥିବା ଅନେକ ଅଭିନେତ୍ରୀ ଏବଂ ମଡେଲର୍‌ ସାମ୍ନାକୁ ଆସି ନିଜ କଥା କହିଥିଲେ। ଏସବୁ ମଧ୍ୟରେ ବର୍ତ୍ତମାନ ତନୁଶ୍ରୀ ପୁଣି ଥରେ ଫିଲ୍ମ ଦୁନିଆକୁ ଫେରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ବାସ୍ତବରେ ତନୁଶ୍ରୀଙ୍କୁ ଏକ ନୂଆ ଲୁକ୍‌ ରେ ଦେଖିବାକୁ ମିଳିବ ଅର୍ଥାତ ସାମ୍ନାକୁ ଆସିବ ତନୁଶ୍ରୀଙ୍କ ଟ୍ରାସଫର୍ମେସନ୍‌ ଲୁକ୍‌।

ତନୁଶ୍ରୀ ଦତ୍ତା ୧୫ କିଲୋ ଓଜନ କମ କରିଛନ୍ତି ଏବଂ ଫ୍ୟାଟରୁ ଫିଟ୍‌ କରିଛନ୍ତି। ସୋସିଆାଲ ମିଡିଆରେ ତାଙ୍କର ଟ୍ରାସଫର୍ମେସନ୍‌ ଲୁକ୍‌ ଫଟୋ ଖୁବ୍‌ ଧମାଲ୍‌ ମଚାଉଛି। ଏଦେନଇ ପ୍ରଶଂସକ ତନୁଶ୍ରୀଙ୍କ ନୁଆ ଲୁକ୍‌ ର ତାରିଫ୍‌ କରିବା ସହ ଇଣ୍ଡଷ୍ଟ୍ରିକୁ ପୁଣି ଥରେ ଫେରିବା ନେଇ ଅପେକ୍ଷା କରି ରହିଛନ୍ତି।

tanushriନିଜର ଓଜନ କମ କରିବାକୁ ନେଇ ତନୁଶ୍ରୀ କହିଛନ୍ତି, ‘ମୁଁ ୧୫ କିଲୋ ଓଜନ କମ କରିବା ବଡ ରହସ୍ୟ। ଏନେଇ ଅନେକ ଲୋକ ମଧ୍ୟ ପଚାରୁଛନ୍ତି କ’ଣ ମୁଁ ଉପବାସ ରଖି ଏମିତି ଲୁକ୍‌ ପାଇଛି। ସୋସିଆଲ ମିଡିଆରେ ଲୋକମାନେ ଏହା ହିଁ ଭାବି ଚିନ୍ତାରେ ରହିଛନ୍ତି କି ମୁଁ ସହ କଣ ହୋଇଛି ଏବଂ ମୁଁ ଏତେ ଓଜନ କମ କିପରି କରିପାରିଲି। ବାସ୍ତବରେ ଏସବୁ ଗୋଟିଏ ଦିନରେ ହୋଇନାହିଁ।’

ଆଗକୁ ତନୁଶ୍ରୀ ଏହା ମଧ୍ୟ ଲେଖିଛନ୍ତି, ‘ଏହାକୁ ପାଇବା ପାଇଁ ଏକ ବର୍ଷ ସମୟ ଲାଗିଛି। ଏଥିପାଇଁ ମୁଁ ଲଗାତାର ବ୍ୟାୟାମ ଏବଂ ସୁସ୍ଥ ଆହାର ଗ୍ରହଣ କରିଛି। ସପ୍ତାହର ଆରମ୍ଭରେ ଗୋଟିଏ ଦିନ ଉପବାସ ସହ କରିବା ସହ ବାକି ସପ୍ତାହ ଜୈବିକ, ଆୟୁର୍ବେଦିକ ଜୀବନଶୈଳୀ ବହନ କରିଛି। ଗତ ବର୍ଷ ମହାକାଳେଶ୍ୱରଙ୍କ ଦର୍ଶନ ପରେ ମୁଁ ଏହି ବ୍ରତ ଆରମ୍ଭ କରିଥିଲି।’

tanushree1ଏଥିସହ ନିଜର ଡାଏଟ୍‌ କୁ ନେଇ ତନୁଶ୍ରୀ କହିଛନ୍ତି, ନିଜର ଟ୍ରାସଫର୍ମେସନ୍‌ ଲୁକ୍‌ ପାଇଁ ମୁଁ ବହୁତ ଖୁସି। ସୂଚନା ମୁତାବକ ମଡେଲ୍‌ ସ୍ତରରେ ତନୁଶ୍ରୀ ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ତନୁଶ୍ରୀ ମିସ୍‌ ଇଣ୍ଡିଆ ୟୁନିଭର୍ସ ମଧ୍ୟ ହୋଇଛନ୍ତି। ଏହାପରେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ତନୁଶ୍ରୀ ଶେଷ ଥର ପାଇଁ ୨୦୧୦ରେ ଫିଲ୍ମ ‘ଆପାର୍ଟମଣ୍ଟେ’ ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.