ଘର ଭିତରେ ନିଆଁ ଲାଗି ଗୋଟିଏ ପରିବାରର ୫ ଗୁରୁତର ଘଟଣା: ବାପା, ମା’ ମୃତ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାର ୫ ସଦସ୍ୟ । ଗୁରୁତର ଅବସ୍ଥାରେ ରାୟଗଡ଼ା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବାପା ଦୟନିଧି ବେହେରା ଓ, ମା ଲଷ୍ମୀ ବେହେରା ମୃତ୍ୟୁବରଣ କରିଥିବା ଖବର ମିଳିଛି। ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାର ତାଙ୍କର ଏକ ପାଉରୁଟି କମ୍ପାନୀ ଅଛି। ନିଆଁ ଲାଗି ଆହତ ହୋଇଥିଲେ ଘରର ମୁଖ୍ୟ  ଦୟାନିଧି ବେହେରା, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା, ମଝିଆ ପୁଅ ଅନିଲ ବେହେରା, ସାନ ପୁଅ ଶ୍ରୀକାନ୍ତ ବେହେରା ଓ ବୋହୁ ସ୍ବପ୍ନା ବେହେରା ।  ତେବେ ମାଝିଆ ପୁଅ ଅତି ଗୁରୁତର ରହିଥିବା ଜଣାପଡିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.