ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିଲା କାର୍‌: ୨ ମୃତ, ୨ ଗୁରୁତର

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ ୨ମୃତ ୨ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ବିଦ୍ୟୁତ ଖୁଣ୍ଟକୁ ପିଟିଥିଲା । ୨ ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଭଦ୍ରକ (କେନ୍ୟୁଜ): ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ ୨ମୃତ ୨ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ବିଦ୍ୟୁତ ଖୁଣ୍ଟକୁ ପିଟିଥିଲା । ୨ ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଖବର ଅନୁଯାୟୀ, ପଶ୍ଚିମବଂଗରୁ କାର୍ ଯୋଗେ ଭୁବନେଶ୍ବର ଆସୁଥିଲେ ୪ ଜଣ । ହେଲେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଘଟିଲା ଭୟଙ୍କର ଦୁର୍ଘଟଣା । କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.