ଚିନ୍ତା ବଢାଉଛି ମହାବଳ ବାଘ, ବନ ବିଭାଗ ନାକେଦମ୍

ସାବଧାନ୍ ସାବଧାନ୍ ବୁଲୁଛି ମହାବଳ ବାଘ । ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ । ଡାକବାଜି ଯନ୍ତ୍ରରେ ଏମିତି କିଛି ଘୋଷଣା ଚାଲିଛି ଏକ ଗାଁରେ । କାହିଁକି ନା ପୁଣି ଏହି ଗାଁରେ ଦେଖିବାକୁ ମିଳିଛି ବାଘର ପାଦ ଚିହ୍ନ । ଗୁଣୁପୁର ଉପଖଣ୍ଡ ଗୁଡାରୀ ବନବିଭାଗ ରେଞ୍ଜ୍ ର ପଦ୍ମପୁର୍ ନିକଟସ୍ଥ ଇନ୍ଦୁପୁର ଅଣ୍ଡରୁଗୁଡା ରାଉତରଙ୍ଗା ଗାଁ କଥା ।

ଗୁଣୁପୁର(କେନ୍ୟୁଜ) : ସାବଧାନ୍ ସାବଧାନ୍ ବୁଲୁଛି ମହାବଳ ବାଘ । ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ । ଡାକବାଜି ଯନ୍ତ୍ରରେ ଏମିତି କିଛି ଘୋଷଣା ଚାଲିଛି ଏକ ଗାଁରେ । କାହିଁକି ନା ପୁଣି ଏହି ଗାଁରେ ଦେଖିବାକୁ ମିଳିଛି ବାଘର ପାଦ ଚିହ୍ନ । ଗୁଣୁପୁର ଉପଖଣ୍ଡ ଗୁଡାରୀ ବନବିଭାଗ ରେଞ୍ଜ୍ ର ପଦ୍ମପୁର୍ ନିକଟସ୍ଥ ଇନ୍ଦୁପୁର ଅଣ୍ଡରୁଗୁଡା ରାଉତରଙ୍ଗା ଗାଁ କଥା ।

ଏହି ଗାଁ ନିକଟରେ ପୁଣି ଠାବ ହୋଇଛି ମହାବଳ ବାଘର ପାଦ ଚିହ୍ନ । ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ। ରାତି ତ ଦୁରର କଥା ଦିନରେ ବି ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗତ ରବିବାର ଗୁଡାରି ବ୍ଲକ ଅନ୍ତର୍ଗତ କଦମା ପଂଚାୟତର ମେରେଣ୍ଡା ନିକଟସ୍ଥ ନଦୀ ବାଲି ଶଯ୍ୟାରେ ବାଘର ପାଦ ଚି଼ହ୍ନ ଠାବ କରିଥିଲା ଗୁଡାରୀ ବନ ବିଭାଗ। ଯାହାପରେ ଅଆତଙ୍କିତ ପରିସ୍ଥିତି ଦେଖାଯାଇଛି ଏହି ଗାଁରେ ।

ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ରେଞ୍ଜର ଦିଲୀପ କୁମାର ପଟନାୟକ ସୂଚନା ଦେଇଥିଲେ ଯେ ଏକ ବାଘ ମେରେଣ୍ଡା ନିକଟରେ ଯାତାୟତ କରିଛି କିନ୍ତୁ ଗତକାଲି ପୁଣି ପଦ୍ମପୁର୍ ଅଞ୍ଚଳକୁ ଚାଲି ଆସିଥିଲା । ବର୍ତ୍ତମାନ ଏହାର ସ୍ଥିତି କେଉଁଠି କହିବା କଷ୍ଟକର। ବାଘ ର ପାଦ ଚି଼ହ୍ନ ଦେଖିବା ପରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଲୋକଙ୍କୁ ସତର୍କ କରାଯାଇଛି।

ଏହାଛଡ଼ା ଗୁଡାରି ଏବଂ ଗଜପତି ଜିଲ୍ଲାର ମୋହନା ବନ ବିଭାଗର ଏକ ମିଳିତ ଚାରି ଜଣିଆ ଟିମ ଗାଁ ଗାଁ ବୁଲି ଗ୍ରାମରେ ସଭା କରି ଓ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି। ସୂଚନା ଥାଉ କି ଯେଉଁ ଜାଗାରେ ପାଦ ଚିହ୍ନ ଠାବ ହୋଇଛି ଅତିନିକଟରେ ବଡନାଳ ଜଳ ଭଣ୍ଡାର ଥିବାରୁ ବର୍ତ୍ତମାନ ପିକନିକ ଋତୁ ଥିବାରୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଏପଟେ ଏହି ବାଘ ଭୟ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଛି । ଏପଟେ ପଦ୍ମପୁର ବ୍ଲକ୍ ଅଞ୍ଚଳ ମୁହାଁ ମହାବଳ ବାଘର ପାଦ ଚି଼ହ୍ନ ଦେଖିବା ପରେ ସ୍ଥାନୀୟ ଅଂଚଳର ଲୋକଙ୍କ ଭିତରେ କୋକୁଆ ଭୟ ଖେଳାଇ ଦେଇଛି । ତେବେ ଦେଖାଯାଉ ବାଘକୁ ଠାବ କରିବା ସହ ବନ ବିଭାଗ କାବୁ କରିବାରେ ସଫଳ .େହେଉଛି ନା ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.