ଲୁଟ୍ ଅଭିଯୋଗରେ ମାମୁଁ ଓ ଭଣଜାକୁ ବାନ୍ଧିଲା ପୋଲିସ୍, ଗାଡି ଡ଼ିକି ଭାଙ୍ଗି ଲୁଟିଥିଲେ ୨ ଲକ୍ଷ ୪୦ ହଜାର ଟଙ୍କା

ଉଦଳା(କେନ୍ୟୁଜ): ଲୁଟ୍ ଅଭିଯୋଗରେ ରାଇରଙ୍ଗପୁରରୁ ୨ଲୁଟେରାଙ୍କୁ ଗିରଫ କରିଛି ମୟୂରଭଞ୍ଜ କପ୍ତିପଦା ପୋଲିସ୍ । ଦୁଇ ଅଭିଯୁକ୍ତ ସମ୍ପର୍କରେ ମାମୁଁ ଓ ଭଣଜା । ଏମାନେ ହେଲେ ଯାଜପୁରର ଶିବ ପ୍ରଧାନ ଓ ଆସ୍କାର ଏ ଚକ୍ରବର୍ତ୍ତୀ ।

ଗତ ମଙ୍ଗଳବାର ଉଭୟ କପ୍ତିପଦା ମୁଖ୍ୟ ବଜାରରେ ଗେଣ୍ଡାଗଡିଆ ଗାଁର ସୁରେନ୍ଦ୍ର ପାତ୍ରଙ୍କ ଗାଡି ଡ଼ିକି ଭାଙ୍ଗି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟିଥିଲେ । ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିଥିଲା । କାଲି ଉଭୟଙ୍କୁ ଗିରଫ କରିବା ସହ ଦେଢ଼ ଲକ୍ଷ ଟଙ୍କା ସହ ଦୁଇଟି ବାଇକ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.