Below header

ସମୁଦ୍ର ମଧ୍ୟରେ ଦୁଇଟି ସୁନା ବୋଝେଇ ଜାହାଜ ଠାବ, ୧ ଲକ୍ଷ ୨୭ ହଜାର ୫୦୦ କୋଟି ଟଙ୍କାର ସୁନା ରହିଥିବା ଆକଳନ

କେନ୍ୟୁଜ: ସୁନା ବୋଝେଇ ଜାହାଜ । ସମୁଦ୍ର ମଧ୍ୟରେ ଠାବ ହୋଇଛି ଦୁଇଟି ସୁନା ବୋଝେଇ ଜାହାଜ । ଦୁଇଟି ଜାହାଜରେ ୧ ଲକ୍ଷ ୨୭ ହଜାର ୫୦୦ କୋଟି ଟଙ୍କାର ସୁନା ବୋଝେଇ ହୋଇଥିବା ଆକଳନ କରାଯାଇଛି। ଯାହାଜ ଠାବ କରିଛନ୍ତି ସ୍ପେନ୍‌ ସରକାର । ଏହାର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।

୧୭୦୮ ମସିହାରେ ବ୍ରିଟିଶ୍‌ ସେନାର ସାନ୍‌ ଜୋସ୍‌ ଯୁଦ୍ଧପୋତକୁ ସମୁଦ୍ରରେ ବୁଡାଇଦେଇଥିଲା । ଏହାକୁ ୨୦୧୫ ରେ ଖୋଜି ବାହାର କରିଥିଲା ସ୍ପେନ୍‌ ସରକାର । ଏବେ ଏହି ଯୁଦ୍ଧପୋତ ନିକଟରେ ଆଉ ଦୁଇଟି ଜାହାଜ ଠାବ ହୋଇଛି ।

ପ୍ରାୟ ୩ ହଜାର ୧ ଫୁଟ୍‌ ତଳେ ଏହି ଜାହାଜ ଦୁଇଟି ଠାବ ହୋଇଛି । ଯେଉଁଥିରେ ୧ ଲକ୍ଷ ୨୭ ହଜାର ୫୦୦ କୋଟି ଟଙ୍କାର ସୁନା ରହିଛି । ଜାହାଜ ଦୁଇଟି ପ୍ରାୟ ୨୦୦ ବର୍ଷ ପୁରୁଣା ହୋଇଥିବା ଜଣାପଡିଛି । ଏବେ ଏହି ଜାହାଜ ସମ୍ପର୍କିତ ଅଧିକ ତଥ୍ୟ ସହ ସୁନାକୁ ବାହାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ପେନ୍‌ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.