ଦାଦା-ପୁତୁରାଙ୍କୁ ସାଇକେଲରୁ ଟାଣିନେଇ କଚାଡି ମାରିଲା ଦନ୍ତା

ରେଢାଖୋଲ(କେ ନ୍ୟୁଜ):  ଦାଦା-ପୁତୁରାଙ୍କୁ ଦଳି ମାରିଲା ଦନ୍ତା। ରେଢାଖୋଲ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ଦଳିଦେଲା ହାତୀ। ରାଞ୍ଚି-ବିଜୟଓ୍ଵାଡା ରାସ୍ତା ପାର ହେଲାବେଳେ ଦୁଇ ଜଣଙ୍କୁ ସାଇକେଲରୁ ଟାଣିନେଇ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ହାତୀଟି ନିକଟ ଜଙ୍ଗଲରେ ଥିବା ସୂଚନା ମିଳିଛି।

ଦାଦା ଦୁଃଶାସନଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ରତିକଙ୍କୁ ୫ ବର୍ଷ ହୋଇଥିବା ଜଣାଯାଇଛି । ସେମାନଙ୍କ ଘର ଡିମିରିକୁଦା ଗାଁର ବୋଲି ଜଣାପଡ଼ିଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ସନ୍ଧ୍ୟାରେ ଦୁଃଶାସନ ଓ ରତିକ ସାଇକେଲରେ ବିଜୟୱାଡା-ରାଞ୍ଚି ଏନ୍ଏଚରେ ବୁଲୁଥିଲେ । ଏହି ସମୟରେ ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା । ଭୟରେ କକାପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.