ଫାର୍ମ ହାଉସ ପାଇଁ ଜାଗା ଦେଖିବାକୁ ଆସି ମାମୁଁ ମୃତ, ଭଣଜା ଗୁରୁତର

ନୟାଗଡ଼ (କେନ୍ୟୁଜ): ଫାର୍ମ ହାଉସ ପାଇଁ ଜାଗା ଦେଖିବାକୁ ଆସି ମାମୁଁ ମୃତ ଭଣଜା ଗୁରୁତର । ସୂଚନା ଅନୁଶାରେ ସମ୍ବଲପୁର ଜିଲ୍ଲା ହୀରାକୁଦ ଶକ୍ତିନଗର ଅଂଚଳର ମାମୁଁ ସୂର୍ଯ୍ଯ କନ୍ଧ ଓ ଭଣଜା ରାଜା ସାହୁ ଖଣ୍ଡପଡା ଥାନା ,ଭଅଁରପଲି ଅଂଚଳକୁ ଫାର୍ମ ହାଉସ ପାଇଁ ଜାଗା ଦେଖିବା ପାଇଁ ଆସିଥିଲେ । ସେମାନେ ଦଶପଲ୍ଲା ଆଡ଼କଟା ହୋଇ ଭଅଁରପଲିକୁ ଜାଗା ଦେଖିବାକୁ ଆସିଥିଲେ । କିଛି ବ୍ଯକ୍ତି ସେମାନଙ୍କୁ ଆଡ଼କଟା ଛକରୁ ଯାଇ ଜାଗା ଦେଖେଇବା କହି ଖଣ୍ଡପଡା ଅଞ୍ଚଳ ପଟକୁ ନେଇ ଆସିଥିଲେ । ସେମାନେ ଏକ ଧଳା ରଙ୍ଗର ଦୀଜୟର ଗାଡ଼ିରେ ଆସିଥିବା ବେଳେ, ଭଅଁରପଲି ଠାରେ, ଗାଡି ରଖି କୁଆଁରିଆ ନଦୀ ପଟକୁ ଜାଗା ଦେଖିବା ପାଇଁ ଯାଇଥିଲେ ।

ଏହି ସମୟରେ କିଛି ଦୁର୍ବୁର୍ତ୍ତ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ମାମୁଁ ସୂର୍ଯ୍ଯ କନ୍ଧ ଘଟଣା ସ୍ଥଳରେ ମୃତୁ କରିଥିଲେ । ପରେ ଦୁର୍ବୁତ୍ତ ମନେ, ଭଣଜା ରାଜା ସାହୁ ଓ ଡ୍ରାଇଭର ଅଜୟ କୁ ଆକ୍ରମନ କରୁଥିବା ବେଳେ ସେମାନେ ଖସି ଯିବାରେ ସଫଳ ହୋଇଥିଲେ,ତେବେ ରାଜା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକ ମାନେ ରୁଣ୍ଡ ହୋଇଯିବାରୁ ଦୁର୍ବୁର୍ତ୍ତ ମାନେ ପଳେଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଖଣ୍ଡପଡା ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ, ଅଭିଯୋଗ କରିଛନ୍ତି । ଖଣ୍ଡପଡା ପୋଲିସ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଖଣ୍ଡପଡା ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ, ଅଭିଯୋଗ କରିଛନ୍ତି । ଖଣ୍ଡପଡା ପୋଲିସ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.