Below header

ଦଶହରାରେ ନିଆରା ପରମ୍ପରା, ବାଲେଶ୍ୱର ଚନ୍ଦ୍ରପଡ ଗାଁରେ ବଳଦ ନାଚ

ସୋର (କେନ୍ୟୁଜ୍) : ନିଆରା ପରମ୍ପରା । ଦଶହରାରେ ବଳଦ ନାଚ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଚନ୍ଦ୍ରପଡ ଗାଁରେ ଦଶହରାରେ ମହାସମାରୋହରେ ପାଳିତ ହୋଇଥିଲା ବଦଳ ନାଚ । ଗାଁଲୋକଙ୍କ ମଙ୍ଗଳ କାମନା ପାଇଁ ପୀଠରେ ବଳଦ ନାଚ କରାଯାଇଥାଏ । ଏଥିପାଇଁ ବଦଳମାନଙ୍କୁ ସଜବାଜ କରି ପୀଠକୁ ଅଣାଯାଇଥାଏ । ପରେ ମଣ୍ଡପ ପାଖରେ ଥିବା ପଡିଆରେ ବଳଦ ନାଚ କରିଥାନ୍ତି । ଦୀର୍ଘ ୨ଶହ ବର୍ଷ ହେବ ଏହି ଉତ୍ସବ ପାଳନ କରାଯାଉଛି । ବିଶ୍ୱାସ ରହିଛି, ବଳଦ ନାଚ କଲେ ଗାଁଲୋକଙ୍କ ମାନସିକ ପୂରଣ ହେବା ସହ ଭଲ ଚାଷ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.