ପଞ୍ଜାବ ଟ୍ରେନ ଦୁର୍ଘଟଣାରେ ଟ୍ରେନ୍‌ ଡ୍ରାଇଭର୍‌ଙ୍କୁ ପଚରାଉଚରା, ଧାରଣାରେ ଅନଧିକୃତ ପ୍ରବେଶରୁ ଅଘଟଣ

ପଞ୍ଜାବ (କେନ୍ୟୁଜ୍) : ଅମୃତସର ଟ୍ରାଜେଡ଼ିର ହେବ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ । ଏଯାଏଁ ତଦନ୍ତ ଆରମ୍ଭ ହୋଇ ନଥିବା ବେଳେ ସ୍ପଷ୍ଟୀକରଣ ଦେଇଛି ରେଳ ବିଭାଗ । ରେଳ ବିଭାଗର ଏଥିରେ କୌଣସି ତ୍ରୁଟି ନାହିଁ । ଏହାକୁ ଟ୍ରେନ୍ ଦୁର୍ଘଟଣା କୁହାଯିବ ନାହିଁ । ରେଲେଓ୍ଵ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱିନୀ ଲୋହାନୀ ଏହି ସୂଚନା ଦେଇଛନ୍ତି । ଧାରଣାରେ ଅନଧିକୃତ ପ୍ରବେଶରୁ ଅଘଟଣ ଘଟିଲା ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଫିରୋଜପୁର ଡିଭିଜିନାଲ୍ ମ୍ୟାନେଜର ରେଳ ଡ୍ରାଇଭରଙ୍କୁ ପଚରାଉଚରା କରିଛନ୍ତି । ତେବେ ତାଙ୍କର କୌଣସି ତ୍ରୁଟି ପରିଲକ୍ଷିତ ହୋଇ ନାହିଁ । ରାବଣ ପୋଡ଼ି ବେଳେ ଆତସବାଜିର ଶବ୍ଦ ଓ ଅନ୍ଧାର ପାଇଁ ଲୋକେ ଟ୍ରେନ୍ ଶବ୍ଦ ଶୁଣି ପାରି ନଥିଲେ ।

ଦୁର୍ଘଟଣାସ୍ଥଳ ପୂର୍ବରୁ ରେଳ ଲାଇନ୍ରେ ମୋଡ଼ ଥିବାରୁ ଡ୍ରାଇଭର ମଧ୍ୟ ଜନଗହଳିକୁ ଦେଖି ପାରିନଥିଲେ । ତେବେ ଡ୍ରାଇଭର୍ ଟ୍ରେନର ଗତିକୁ ୯୧ କିଲୋମିଟରରୁ ୬୮ କିଲୋମିଟରକୁ କମାଇଥିଲେ । ପଚରାଉଚରା ବେଳେ ଡ୍ରାଇଭର କହିଛନ୍ତି ଯେ, ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନଥିଲେ । ଟ୍ରେନ୍ ଦୁର୍ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅମରିନ୍ଦର ସିଂହ । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.