ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଶକ୍ତିମୟୀଙ୍କୁ ଭସାଣ ଶୋଭାଯାତ୍ରା

ଭୁବନେଶ୍ବର (କେନ୍ୟୁଜ୍) : ମେଲାଣି ନେଲେ ମାଆ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଶକ୍ତିମୟୀଙ୍କୁ ଭସାଣ ଶୋଭାଯାତ୍ରା । କଟକ ଓ ଭୁବନେଶ୍ୱରରେ ବେଶ ଯାକଜମକରେ ଅନୁଷ୍ଠିତ ହୋଇଥିଲା ମାଆଙ୍କ ଭସାଣ । ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଦେବୀଗଡ଼ରେ ମାଆଙ୍କୁ ବିସର୍ଜନ କରାଯାଇଥିଲା । ଭସାଣ ପାଇଁ ଦୁଲୁକି ଉଠିଥିଲା କଟକ ସହର । ଦେବୀଗଡ଼ରେ ମାଆଙ୍କୁ ବିସର୍ଜନ କରାଯାଇଥିଲା ।  ଅସ୍ଥାୟୀ ପୋଖରୀରେ ମାଆଙ୍କୁ ବିସର୍ଜନ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଭସାଣ । କଟକ ଦେବୀଗଡ଼ାରେ ୧୦୮ଟି ମେଢ ବିସର୍ଜିତ ହୋଇଛି । ଭୁବନେଶ୍ୱରରେ ମଧ୍ୟ ମହା ଆଡମ୍ବରରେ ମାଆଙ୍କୁ ମେଲାଣି ଦେଇଛନ୍ତି ବିଭିନ୍ନ ପୂଜା କମିଟି ଓ ଭକ୍ତ । ବାଜା, ବାଣ, ରୋଷଣି ଓ ପଟୁଆରାରେ କମ୍ପିଥିଲା ରାଜଧାନୀ ରାଜରାସ୍ତା । ବିଭିନ୍ନ ପାରମ୍ପରିକ ବାଦ୍ୟ, ଲୋକନୃତ୍ୟର ଝଲକ ବି ଦେଖିବାକୁ ମିଳିଥିଲା । ଭସାଣ ଶୋଭାଯାତ୍ରା ଯାଉଥିବା ରାସ୍ତାରେ ହଜାର ହଜାର ଲୋକ ମାଆଙ୍କୁ ମେଲାଣି ଦେଇଥିଲେ । ଭସାଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବି ଅନୁଷ୍ଠିତ ହୋଇଥିଲା ମାଆଙ୍କ ଭସାଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.