Below header

ଫେସବୁକରୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ : ଢ଼େଙ୍କାନାଳର ବହୁ ଚର୍ଚ୍ଚିତ ମଣ୍ଟୁ ପାତ୍ର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଢ଼େଙ୍କାନାଳ (କେନ୍ୟୁଜ୍) : ବହୁ ଚର୍ଚ୍ଚିତ ମଣ୍ଟୁ ପାତ୍ର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ସଞ୍ଜୟ କୁମାର । ଆସାମ ଦିବରୁଗଡ଼ରେ ୨୨୪ ଫିଲ୍ଡ ରେଜିମେଣ୍ଟରେ ସିପାହୀ ଭାବରେ ସେ କ।ର୍ଯ୍ୟରତ ଅଛନ୍ତି । ଗତମାସ ୩ ତାରିଖରେ ଘରେ ଶୋଇଥିବା ବେଳେ ମଣ୍ଟୁଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିଲେ ମଣ୍ଟୁଙ୍କ ସ୍ତ୍ରୀ ଅରୁଣା । ସଞ୍ଜୟଙ୍କର ଅରୁଣାଙ୍କ ସହ ଫେସବୁକରେ ପ୍ରେମ ହୋଇଥିଲା । ଅଗଷ୍ଟ ୨୭ ତାରିଖରେ ଅରୁଣାଙ୍କୁ ଭେଟିବା ପାଇଁ ଢ଼େଙ୍କାନାଳ ଆସିଥିଲେ ସଞ୍ଜୟ । ପୂର୍ବ ଯୋଜନା ଅନୁସାରେ ଅରୁଣା ପ୍ରଥମେ ମଣ୍ଟୁଙ୍କୁ ନିଶା ଔଷଧ ଦେଇଥିଲେ । ଶୋଇ ପଡ଼ିବା ପରେ କଟୁରୀରେ ମଣ୍ଟୁଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ସଞ୍ଜୟ । ଫେସବୁକରୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.