Below header

‘ତିତ୍‌ଲି’ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଡେଡ୍‌ଲାଇନ୍‌ ଭିତରେ କାମ ସାରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର (କେନ୍ୟୁଜ୍) : ଡେଡଲାଇନ୍ ଭିତରେ ଶେଷ କର ତିତଲି ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ପୁନରୁଦ୍ଧାର କାମ । ତିତଲି ପରବର୍ତ୍ତୀ ପୁନଃଉଦ୍ଧାର କାମର ସମୀକ୍ଷା ପରେ ଦାୟିତ୍ୱରେ ଥିବା ବିଭାଗୀୟ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ, କ୍ଷୟକ୍ଷତିର ଆକଳନ କାମ ଖୁବ ଶୀଘ୍ର ସାରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ୫ ଦିନ ପରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ କ୍ଷତିଗସ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ପର‌୍ୟ୍ୟବେକ୍ଷକ ପଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ପୂର୍ତ୍ତ ବିଭାଗର ପ୍ରାୟ ସମସ୍ତ ରାସ୍ତା ମରାମତି ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ୪ ଦିନ ମଧ୍ୟରେ ସବୁ ଗ୍ରାମପଞ୍ଚାୟତକୁ ବିଦ୍ୟୁତ ପୁନଃସଂଯୋଗ କରାଯିବ । ତିତଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଭାଙ୍ଗିଛି ଅନେକ ଘରଦ୍ୱାର । ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାରିଛି ପୁନରୁଦ୍ଧାର କାର୍ଯ୍ୟ । ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.