Below header

ଚନ୍ଦ୍ରଭାଗା ନିକଟ ଝାଉଁ ଗଛରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ

କେନ୍ଯୁଜ୍: ଆଜି ଚନ୍ଦ୍ରଭାଗା ନିକଟ ଅଭୟାରଣ୍ୟ ମଧ୍ୟରେ ଏକ ଝାଉଁ ଗଛରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ଚନ୍ଦ୍ରଭାଗା ପୁରୀ ବେଳାମାର୍ଗ ଠାରୁ ମାତ୍ର ୧୦୦ ମିଟର ଦୂରରେ ମୃତ ଦେହ ଦେଖିବାକୁ ମିଳିଛି । ରାସ୍ତା ଉପରେ ଦୁଇ ଦିନ ହେଲା ଏକ ସାଇକେଲ ରଖାଯାଇଥିବା ଦେଖି ପଥଚାରୀମାନେ ସନ୍ଦେହରେ ଖୋଜାଖୋଜି କରିବା ପରେ ମୃତ ଦେହ ଦେଖି କୋଣାର୍କ ପୋଲିସକୁ ଖବର ଦେଇଛନ୍ତି । ଅନ୍ଯପଟେ ଘଟଣାସ୍ଥଳରେ କୋଣାର୍କ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.