ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ସଟଡାଉନ କୋହଳ: ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ନୂଆଁଖାଇ ପାଇଁ ହଟିଲା କଟକଣା

ଝାରସୁଗୁଡା/ସମ୍ବଲପୁର: ଝାରସୁଗୁଡାରେ ସଟଡାଉନ କୋହଳ । ଆସନ୍ତାକାଲି ସ୍ୱାଧୀନତା ଦିବସ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ଯାଏ ସଟଡାଉନ କୋହଳ ହୋଇଛି । ସାଧାରଣ ଲୋକ ପତାକା ଉତ୍ତୋଳନ କରିପାରିବେ । ଶିକ୍ଷାନୁଷ୍ଠାନ ସମେତ ଅଫିସ୍‌ ଓ ବିଭିନ୍ନ ଅନୁଷ୍ଠାନର  ମୁଖ୍ୟମାନେ ପତାକା ଉତ୍ତୋଳନ କରିବେ । ୧୦ଜଣରୁ ଅଧିକ ଲୋକ ରହିବେ ନାହିଁ ।

ଅନ୍ୟପଟେ ଗଣେଶ ପୂଜା ଓ ନୂଆଖାଇ ଯୋଗୁ ଜିଲ୍ଲାରେ ସଟଡାଉନ କୋହଳ ରହିବ । ଆସନ୍ତା ୨୨ ତାରିଖ ଦିନ ଗଣେଶ ପୂଜା ଯୋଗୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣା ରହିବ ନାହିଁ । ସେହିପରି ୨୩ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଥିବାରୁ ସଟଡାଉନ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧ଟା ଯାଏ ଦୋକାନ ବଜାର ଖୋଲା ରହିବ । ନୂଆଖାଇ ପାଳନ କେବଳ ପରିବାର ମଧ୍ୟରେ ସୀମିତ ରହିବ । ଏହାସହ ଭକ୍ତଙ୍କ ବିନା ପୁରୋହିତମାନେ ମନ୍ଦିରରେ ନୂଆଖାଇ ନୀତି ସମ୍ପନ୍ନ କରିବେ ।

ସେହିପରି ସମ୍ବଲପୁର ଜିଲ୍ଲାରେ ମଧ୍ଯ ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ନୂଆଖାଇ ଦିନ ସଟଡାଉନ କୋହଳ । ଆସନ୍ତାକାଲି ସ୍ୱାଧୀନତା ଦିବସରେ କଟକଣା ରହିବ ନାହିଁ । ଏହା ବଦଳରେ ଅଗଷ୍ଟ ୧୬ ତାରିଖ ତଥା ରବିବାର ଦିନ ସମ୍ବଲପୁର ସଟଡାଉନ ରହିବ । ସେହିପରି ଅଗଷ୍ଟ ୨୨ ଓ ୨୩ରେ ଗଣେଶ ପୂଜା ଓ ନୂଆଖାଇ ଥିବାରୁ ଜିଲ୍ଲା ସଟଡାଉନ ରହିବ ନାହିଁ ।

ବଦଳରେ ଅଗଷ୍ଟ ୨୪ ଓ ୨୫ ତଥା ସୋମବାର ଓ ମଙ୍ଗଳବାର ସଟଡାଉନ କରାଯିବ । ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ପୂର୍ବରୁ ନୂଆଖାଇ ଦିନ ସଟଡାଉନ ଘୋଷଣା କରାଯାଇଥିଲା। ପରେ ପୁଣି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ସେପେଟ ନୂଆଖାଇ ଦିନ ଅନଲାଇନରେ ମା’ଙ୍କ ଦର୍ଶନ କରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.