ମାଲକାନଗିରିରେ ଲାଗିରହିଛି ଲଗାଣ ବର୍ଷା: ପୋଟେରୁ ଓ ପାଙ୍ଗାମ ନଦୀର ଜଳସ୍ତର ବୃଦ୍ଧି, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ମାଲକାନଗିରିରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଯାହା ଫଳରେ ଅନେକ ସ୍ଥାନକୁ ଯାତାୟତା କରିବାରେ ବାଧା ସୃଷ୍ଟି ହୋଇଛି । ଗତକାଲି ପାଙ୍ଗମ, କରୁକୋଣ୍ଡା ଏବଂ ଏମ୍‌ଭି-୩୭ ପୋଲ ଉପରେ ଚାଲୁଥିବା ପାଣି କମିଛି । ସେପଟେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ପୋଟେରୁ ଓ ପାଙ୍ଗାମ ନଦୀର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଫଳରେ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.