ରାଉରକେଲା ଷ୍ଟିଲ ଟାଉନସିପ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା(କେ ନ୍ୟୁଜ): ଷ୍ଟିଲ୍‌ ସିଟିରେ ବୀଭତ୍ସ ହତ୍ୟା। ରାଉରକେଲା ଷ୍ଟିଲ ଟାଉନସିପ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ରାଉରକେଲା ସେକ୍ଟର ୭ ଥାନା ଦୀପିକା ଇଂଲିଶ ମିଡିୟମ ସ୍କୁଲ ପଛପଟୁ ଯୁବକଙ୍କ ମୃତଦେହ ମିଳିଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ୍‌ ଯୁବକଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକ ସକାଳୁ ପ୍ରାତଭ୍ରମଣରେ ବାହାରିଥିବାବେଳେ ଯୁବକଙ୍କ ମୃତ ଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.