ବିଜୟା ଦଶମୀ: ଚଳିତବର୍ଷ ଦଶହରାରେ ରହିଛି ୩ଟି ବିଶିଷ୍ଟ ସଂଯୋଗ, ଜାଣନ୍ତୁ କ’ଣ

ହିନ୍ଦୁ ଶାସ୍ତ୍ର ଅନୁସାରେ ଆଶ୍ବିନ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ବିଜୟା ଦଶମୀ ଅର୍ଥାତ୍ ଦଶହରା ପର୍ବ ପାଳନ କରାଯାଏ। ଚଳିତବର୍ଷ ଦଶହରା ଶୁକ୍ରବାର ଦିନ ଅର୍ଥାତ୍ ଆଜି ପାଳନ କରାଯାଉଛି। ଏହି ଉତ୍ସବ ଅସତ୍ଯ ଉପରେ ସତ୍ଯର ବିଜୟ ପ୍ରତୀକ। ମାନ୍ଯତା ଅନୁଯାୟୀ ଭଗବାନ ଶ୍ରୀରାମ ଅତ୍ଯାଚାରୀ ରାବଣକୁ ବଧ କରି ବିଜୟ ହାସଲ କରିଥିଲେ। ବିଜୟାଦଶମୀ ଦିନ ମା’ ଦୁର୍ଗାଙ୍କ ପୂଜା ମଧ୍ୟ କରାଯାଏ। ଚଳିତବର୍ଷ ଦଶହରାରେ ୩ଟି ବିଶିଷ୍ଟ ପ୍ରକାର ସଂଯୋଗ ମଧ୍ୟ ପଡୁଛି।

ବିଜୟା ଦଶମୀ ତିଥିର ସଂଯୋଗ ଅକ୍ଟୋବର ୧୪ ୬ଟା ୫୨ରୁ ଆରମ୍ଭ ହୋଇ ଆଜି ସନ୍ଧ୍ଯା ପର୍ଯ୍ଯନ୍ତ ରହିବ। ଚଳିତବର୍ଷ ବିଜୟା ଦଶମୀର ୩ଟି ବିଶିଷ୍ଟ ସଂଯୋଗ ରହିଛି। ସୂଚନାଯୋଗ୍ଯ, ଦଶହରା ଦିନ ଶ୍ରବଣ ନକ୍ଷତ୍ର ସର୍ବସିଦ୍ଧି ଯୋଗ, ଅଭିଜିତ ମୁହୂର୍ତ୍ତ ଏବଂ ବିଜୟା ମୁହୂର୍ତ୍ତ ସଂଯୋଗ ରହିଛି। ଏହି ସଂଯୋଗକୁ ବହୁତ ଖାସ୍ ଏବଂ ଲାଭଦାୟକ ବୋଲି କୁହାଯାଏ।

ମାନ୍ଯତା ଅନୁଯାୟୀ, ଯଦି ଏକାସାଙ୍ଗରେ ବନ ନକ୍ଷତ୍ର ସର୍ବସିଦ୍ଧି ଯୋଗ, ଅଭିଜିତ ମୁହୂର୍ତ୍ତ ଏବଂ ବିଜୟୀ ମୁହୂର୍ତ୍ତ ସଂଯୋଗ ରହିଥିବା ଯୋଗୁଁ ଦଶହରା ପୂଜା କରିବା ବହୁତ ଶୁଭଦାୟକ। ଏହି ମୁହୂର୍ତ୍ତରେ ପୂଜା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦଶହରା ଦିନ ଅସ୍ତ୍ର ଶସ୍ତ୍ର ପୂଜା କରିବାର ମାନ୍ଯତା ରହିଛି। କୁହାଯାଏ, ଦଶହରାରେ ଅସ୍ତ୍ରଶସ୍ତ୍ର ପୂଜା କରିବା ଦ୍ବାରା ଶତ୍ରୁ ଉପରେ ବିଜୟ ପ୍ରାପ୍ତି ହୋଇଥାଏ।

ଏହି ଦିନ ବିଧି ବିଧାନ ମୁତାବକ ପୂଜା କରିବା ଦ୍ବାରା ମା’ ଆଦିଶକ୍ତି ପ୍ରସନ୍ନ ହୋଇ ନିଜ ଭକ୍ତ ଉପରେ କୃପା ଅଜାଡି ଦିଅନ୍ତି। ଦଶହରା ଦିନ ପୂଜା କରିବା ଦ୍ବାରା ଜୀବନରେ ଆସିବାକୁ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ କଷ୍ଟରୁ ମୁକ୍ତି ମିଳିଥାଏ। ଏହାଛଡା ଆଦିଶକ୍ତିଙ୍କ କୃପା ଏବଂ ଦୁଃଖ, ଦରିଦ୍ରତାର ବିନାଶ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.