Below header

ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବୌଦ୍ଧ(କେ ନ୍ୟୁଜ): ଅଜଣା ଗାଡି ଧକ୍କାରେ ଗଲା ଦୁଇ ସଙ୍ଗାତଙ୍କ ଜୀବନ । ମୃତକ ହେଲେ ମୁଶାଡ଼ ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣ ଗାଁର ଝାଣ୍ଟୁ ଭୋକ୍ତା। ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ଲଇଗାଁ ଛକ ଠାରେ ବିଳମ୍ବିତ ରାତିରେ ଦୁଇ ସଙ୍ଗାତ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା ।

ଫଳରେ ଦୁଇ ସଙ୍ଗାତ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ବୌଦ୍ଧ ପୋଲିସ ପହଁଚି ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ । ଦୁର୍ଘଟଣା ଘଟାଇଥିବା ଗାଡ଼ି ଏବେ ଫେରାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.