ନିଶା ଖାଇବା ଚକ୍କରରେ ୧୨ କଏଦୀ ପିଇଲେ ସାନିଟାଇଜର, ୨ ମୃତ

ଶ୍ରୀଲଙ୍କା: କରୋନାକୁ ମାତ୍ ଦେବା ପାଇଁ ସାନିଟାଇଜର ଏବଂ ମାସ୍କ ପ୍ରମୁଖ ଅସ୍ତ୍ର। କିନ୍ତୁ ଏହି ସୁରକ୍ଷା ଅସ୍ତ୍ର ଯୋଗୁଁ କାହା ଜୀବନ ଯାଇପାରେ ତାହା ହୁଏତ କେହି ଭାବିନଥିବେ। ଏମିତି ଏକ ଘଟଣା ଶ୍ରୀଲଙ୍କାର ଏକ ଜେଲରେ ଦେଖିବାକୁ ମିଳିଛି। ଜେଲରେ କରୋନା ସହିତ ଲଢେଇ କରିବା ପାଇଁ ଯେଉଁ ସାନିଟାଇଜର ରଖାଯାଇଥିଲା ତାହାକୁ ୧୨ ଜଣ କଏଦୀ ପିଇଦେଇଛନ୍ତି। ଯେଉଁଥିରେ ୨ ଜଣଙ୍କ ପ୍ରାଣ ମଧ୍ୟ ଚାଲିଯାଇଛି।

ଶ୍ରୀଲଙ୍କାର ଏକ ଜେଲରେ ବନ୍ଦ ହୋଇଥିବା ୧୨ ଜଣ କଏଦୀ କରୋନାରୁ ବର୍ତ୍ତିବା ପାଇଁ ରଖାଯାଇଥିବା ସାନିଟାଇଜରକୁ ପିଇଦେଇଥିଲେ। ଜେଲ କର୍ମଚାରୀଙ୍କୁ ଏହି ଖବର ପହଞ୍ଚିବା ପରେ ଜେଲରେ ହଡକମ୍ପ ହୋଇଯାଇଥିଲା। ପରେ ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଥିରୁ ୧୦ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ ଜଣ କଏଦୀଙ୍କ ପ୍ରାଣ ଚାଲିଯାଇଛି। ଏହି ସମସ୍ତ ଲୋକ ନିଶାଦ୍ରବ୍ଯ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ରହିଥିଲେ। ଏହି କଏଦୀମାନେ ନିଶା ଖାଇବା ଚକ୍କରରେ ସାନିଟାଇଜର ପିଇଦେଇଥିଲେ।

ସୂଚନାଯୋଗ୍ଯ,  ଋଷର ଏକ ଗାଁ ତୋମତୋରରେ ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଲେ ଲୋକେ। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଥିଲେ।
ରିପୋର୍ଟ ମୁତାବକ ପାର୍ଟିରେ ଯାଇଥିବା ଲୋକେ ମଦ ସରିଯିବାରୁ ସାନିଟାଇଜର ପିଇବା ଆରମ୍ଭ କରିଦେଇଥିଲେ। ସେମାନେ ପିଇଥିବା ସାନିଟାଇଜରରେ ୬୯ ପ୍ରତିଶତ ମିଥେନଲ ଥିଲା। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସାନିଟାଇଜର ନ ପିଇବାକୁ ସଚେତନ କରାଯାଇଥିଲା।

କୁରିଚେଦୁ ଗାଁର କିଛି ମଦୁଆ ସାନିଟାଇଜର ପିଇ ଦେଇଥିଲେ। ବିଳମ୍ବିତ ରାତିରେ ସେମାନଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏଥିରେ ଜଣେ ମୃତ୍ୟୁବରଣ କରିଥିଲା। ଅନ୍ୟମାନେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗ୍ରାମବାସୀମାନେ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ। ସେମାନଙ୍କୁ ଦର୍ସି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅନ୍ୟ ଜଣେ ପ୍ରାଣ ହରାଇଥିଲା। ପରେ ଅନ୍ୟ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.