ଆସନ୍ତାକାଲିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ, ଜନ୍ମ ତାରିଖ ଆଧାରରେ ଦିଆଯିବ ଟିକା

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ। ଯେଉଁମାନେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା। କିନ୍ତୁ ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଟିକା ନେବା ଲାଗି ପିଲାଙ୍କୁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ପିଲା ଟିକା ନେଇପାରିବେ। ଏବେ Cowin ପୋର୍ଟାଲରେ ଏ ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ। ପିଲାଙ୍କୁ ସ୍କୁଲରେ ଟିକା ଦିଆଯିବ। ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ। ସ୍କୁଲ ଟାଇମିଂ ଅନୁସାରେ ଟିକାକରଣ କରିବାକୁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି ଟିକାକରଣ କରାଯିବ। ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ।

୧୨ରୁ ୧୪ ବର୍ଷ ବୟସ୍କର ପିଲାମାନଙ୍କୁ କୋର୍ଭିଭାକ୍ସ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ। ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ। ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ଭିଭାକ୍ସ ଟିକା ମହଜୁଦ ଅଛି। ସବୁ ଜିଲ୍ଲାକୁ ଟିକା ପଠାଯାଇଛି। କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ। ଟିକା ନେବାକୁ ରାଜ୍ୟରେ ୧୨ ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ରହିଛନ୍ତି। ଏମାନଙ୍କ ଟିକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ନିୟୋଜିତ ।

Also Read: କାଲିଠୁ ଆରମ୍ଭ ହେଉଛି ୧୨ ବର୍ଷର ପିଲାଙ୍କ ଟିକାକରଣ, ଜାଣନ୍ତୁ ରେଜିଷ୍ଟ୍ରେସନ୍‌ କରିବାର ପୂରା ପ୍ରୋସେସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.