କାଲିଠୁ ଆରମ୍ଭ ହେଉଛି ୧୨ ବର୍ଷର ପିଲାଙ୍କ ଟିକାକରଣ, ଜାଣନ୍ତୁ ରେଜିଷ୍ଟ୍ରେସନ୍‌ କରିବାର ପୂରା ପ୍ରୋସେସ୍‌

ଏବେ ଛୋଟ ପିଲା ବି ନେଇ ପାରିବେ କରୋନା ଟିକା। କରୋନା ସଂକ୍ରମଣରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦେବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ଘୋଷଣା କରିଛନ୍ତି ଯେ ୧୬ ମାର୍ଚ୍ଚ ଅର୍ଥାତ୍‌ ଆସନ୍ତାକାଲି ଠାରୁ ୧୨, ୧୩ ଓ ୧୪ ବର୍ଷର ପିଲାମାନଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଏହି ବୟସ ବର୍ଗର ପିଲାଙ୍କୁ ହାଇଦ୍ରାବାଦର ବାୟୋଲଜିକାଲ ଇର ଭ୍ୟାକ୍ସିନ୍‌ କୋର୍ବେଭ୍ୟାକ୍ସ ଦିଆଯିବ।

ଟିକାକରଣ ପାଇଁ କେଉଁଠି ଓ କେମିତି କରିବେ ପଞ୍ଜିକରଣ:

୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ହେବ। ପୂର୍ବ ଭଳି ଏଥରକ ମଧ୍ୟ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ସମାନ ହିଁ ରହିବ। ଏଥିପାଇଁ କୋଓ୍ଵିନ୍‌ ପୋର୍ଟାଲ (cowin gov.in) ରେ ରେଜିଷ୍ଟ୍ରେସନ୍‌ କରିବାକୁ ହେବ। ପଞ୍ଜିକରଣ ପାଇଁ ମୋବାଇଲ ନମ୍ବର ବାଧ୍ୟତାମୂଳକ ରହିଛି। ନମ୍ବର ଦେବା ପରେ ମୋବାଇଲକୁ ଏକ ଓଟିପି ଆସିବ। ଏହି ଓଟିପି ମାଧ୍ୟମରେ ଆପଣ ରେଜିଷ୍ଟ୍ରେସନ୍‌ କରିପାରିବେ। ଟିକାକରଣ ପାଇଁ ଆପଣ ଚାହିଁଲେ ଆରୋଗ୍ୟ ସେତୁ ମୋବାଇଲ ଆପ୍‌ରେ ବି ରେଜିଷ୍ଟ୍ରେସନ୍‌ କରି ପାରିବେ।

ସୂଚନାଯୋଗ୍ୟ ଯେ ଏବେ ୧୨ ବର୍ଷର ପିଲାଙ୍କ ପାଇଁ ବୁକିଂ ଅପ୍‌ସନ୍‌ ଦେଖାଉନାହିଁ। କିନ୍ତୁ ଖୁବ୍‌ଶୀଘ୍ର ଏହି ସୁବିଧା ଅପ୍‌ଡେଟ୍‌ ହୋଇଯିବ।

୩ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ପିଲାଙ୍କ ଫେଜ୍‌ରେ ୧୫ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ କେବଳ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଦିଆଯାଉଛି। କିନ୍ତୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ହାଇଦ୍ରାବାଦର ବାୟୋଲଜିକାଲ ଇର ଟିକା କୋର୍ବେଭ୍ୟାକ୍ସ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।

Also Read: ଚୀନ୍‌ରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୫ କୋଟି ଲୋକ ଘରେ ବନ୍ଦୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.