ବିବାହ ସମୟରେ ବରକୁ ମିଳିଲା କନ୍ୟାର ଦୁଷ୍କର୍ମ ଭିଡିଓ, ସବୁ ଖୁସି କ୍ଷଣକରେ ଗଲା ମଉଳି

ବାହାଘରକୁ ନେଇ ଚାରିଆଡେ ଖୁସିର ମାହୋଲ। କିନ୍ତୁ ହଠାତ୍‌ ଏମିତି କିଛି ଘଟିଲା, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବାହାଘରର ସବୁ ଖୁସି କିଛି କ୍ଷଣକରେ ମଉଳିଗଲା। ଯେତେବେଳେ ବିବାହ ପରେ ପରେ ହଠାତ୍‌ ବର ମୋବାଇଲକୁ ନବବଧୂର ଦୁଷ୍କର୍ମ ଭିଡିଓ ଆସେ। ଆଉ ନିଜ ପତ୍ନୀଙ୍କ ଦୁଷ୍କର୍ମ ଭିଡିଓ ଦେଖିବା ପରେ ସ୍ୱାମୀ ଜଣକ ଅଧାରୁ ବାହାଘର ଭାଙ୍ଗିଦେଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଫରିଦାବାଦ ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ଯୁବତୀଙ୍କ ବିବାହ ୬ ମାର୍ଚ୍ଚରେ ହୋଇଥିଲା। ଆଉ ବାହାଘର ଦିନ ଦୁଷ୍କର୍ମ କରିଥିବା ଯୁବକ ଜଣକ ବର ମୋବାଇଲକୁ ଏକ ଭିଡିଓ ପଠାଇଥିଲେ। ଆଉ ସେହି ଭିଡିଓରେ ବିବାହ ହେଉଥିବା ନବବଧୂଙ୍କର ଦୁଷ୍କର୍ମ ହେଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ଯୁବକଙ୍କ ଜଣକ ବିବାହକୁ ଅଧାରୁ ବନ୍ଦ କରିଦେଇଥିଲେ।

ଏହାକୁ ନେଇ ନବବଧୂ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ କରିଥିବା ମହିଳାଙ୍କ ଅନୁଯାୟୀ, ଅକ୍ଟୋବର ୨୦୨୧ରେ ନିଜର ଦାଦା ଘରେ ଯୁବତୀ ଜଣକ ରହୁଥିଲେ। ସେହି ସମୟରେ ଦୁଷ୍କର୍ମକାରୀ ଏବଂ ତାଙ୍କର ଦୁଇ ବନ୍ଧୁ ଛୁରୀ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସେହି ସମୟରେ ଏହି ଭିଡିଓକୁ ସୁଟ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.