Below header

ଯାତ୍ରା କମେଡିଆନ ରବି ଶତପଥୀଙ୍କ ପରଲୋକ

ଲୋକପ୍ରିୟ ଯାତ୍ରା କମେଡିଆନ ରବି ଶତପଥୀଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ କୁଜଙ୍ଗ ବ୍ଲକ ନିଜ ଗାଁ ଅଗପାଳ ଗାଁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଚାଲିଗଲେ ପଦୁ ମହାନ୍ତି ଓରଫ ଲୋକପ୍ରିୟ ଯାତ୍ରା କମେଡିଆନ ରବି ଶତପଥୀ । ଆଜି ତାଙ୍କର ୬୮ ବର୍ଷ ବୟସରେ ପରଲୋକ ଘଟିଛି । ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଲୋକ ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଗଲେ । ସେ ହୁଏତ ଆଉ ଫେରିବେନି ତାଙ୍କ ଦର୍ଶକଙ୍କ ନିକଟକୁ କି ପୁଣି ଥରେ ହସାଇବେନି ତାଙ୍କୁ ।

ହେଲେ ଯାତ୍ରା ଜଗତରେ ଛାଡି ଯାଇଥିବା ତାଙ୍କ ହାସ୍ୟ ଅଭିନୟର ଖୋରାକ ସବୁଦିନ ହସାଉଥିବ ତାଙ୍କର ପ୍ରିୟ ଦର୍ଶକଙ୍କୁ । ସେ କୁଜଙ୍ଗ ବ୍ଲକ ନିଜ ଗାଁ ଅଗପାଳ ଗାଁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ ।

‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ପଦୁ ମହାନ୍ତି ଚରିତ୍ର ତାଙ୍କ ପରିଚୟ ସୃଷ୍ଟି କରିଥିଲା । ଏହି ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ । ତାଙ୍କର ବିୟୋଗରେ ସମଗ୍ର ଯାତ୍ରା ଜଗତ ଓ ନିଜ ଅଂଚଳ ଓ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.