Below header

ସମାଜର ଶତବାର୍ଷିକୀରେ ଯୋଗ ଦେଇ ଗଣମାଧ୍ୟମକୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, କହିଲେ ‘ଜନସ୍ୱାର୍ଥକୁ ଗୁରୁତ୍ୱ ଦେଉ ଗଣମାଧ୍ୟମ’

ଭୁବନେଶ୍ବର(କେନ୍ୟଜ୍):  ଜନସ୍ୱାର୍ଥକୁ ଗୁରୁତ୍ୱ ଦେଉ ଗଣମାଧ୍ୟମ। ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବେ ଗଣମାଧ୍ୟମରେ ପ୍ରତିଯୋଗିତା ବଢିଗଲାଣି। ହେଡଲାଇନ୍‌ ଡେଡଲାଇନ୍‌ ନହେଉ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । କଟକରେ ଦୈନିକ ଓଡ଼ିଆ ଖବର କାଗଜ ସମାଜର ଶତବାର୍ଷିକୀରେ ଯୋଗ ଦେଇ ସେ ଏହା କରିଛନ୍ତି । ଓଡ଼ିଆରେ ଅଭିଭାଷଣ ଆରମ୍ଭ କରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଭେଙ୍କିୟା। ଉପରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ, ଅତୀତରେ ଗାନ୍ଧୀଜୀଙ୍କ ପ୍ରାସଙ୍ଗିକତା ରହିଥିଲା। ଏହା ଏବେ ବି ରହିଛି, ଆଗକୁ ମଧ୍ୟ ରହିବ। ଭାରତୀୟ ଦର୍ଶନ ହେଉଛି ବସୁଧୈବ କୁଟୁମ୍ବକମ୍‌। ଏବେ ଗଣମାଧ୍ୟମରେ ପ୍ରତିଯୋଗିତା ବଢିଗଲାଣି। ଗଣମାଧ୍ୟମ ଲକ୍ଷ୍ମଣରେଖା ମଧ୍ୟରେ ରହିବା ଆବଶ୍ୟକ। ଖବରକୁ ଅତିରଞ୍ଜିତ କରିବା ହାନିକାରକ ।

VICE PRESIDENT SAMAJ

ବିକାଶମୂଳକ କାର୍ଯ୍ୟରେ ଗଣମାଧ୍ୟମର ସମ୍ପୃକ୍ତି ଜରୁରୀ। ସମାଜ ସଂସ୍କାରକର ଭୂମିକା ନେଉ ଗଣମାଧ୍ୟମ। ନିଜ ମାତୃଭାଷା ଆଖି, ଅନ୍ୟ ଭାଷା ଚଷମା ବୋଲି ଭେଙ୍କିୟା କହିଛନ୍ତି। ଅନ୍ୟ ଭାଷା ଶିଖିବା ଆବଶ୍ୟକ, କିନ୍ତୁ ନିଜ ମାତୃଭାଷାର ପ୍ରଚାର କରିବା ଆବଶ୍ୟକ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ମିଡିଆ ଗଣତନ୍ତ୍ର ପାଇଁ ଅକ୍ସିଜେନ । ‘ଗଣମାଧ୍ୟମ ଯେତିକି ସ୍ୱାଧୀନ ହେବ ଗଣତନ୍ତ୍ର ସେତିକି ମଜଭୁତ୍‌ ହେବ । ସମାଜ ଉତ୍କଳମଣିଙ୍କ ଅନୁଷ୍ଠାନ, ଓଡିଆ ଜାତିର ଅନୁଷ୍ଠାନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.