ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ଡାକ୍ତର, ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର। ଢେଙ୍କାନାଳ ମୁଖ୍ୟ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ସରକାରୀ ଡାକ୍ତର ଉମାକାନ୍ତ ଖେଜୁରିଆ Lic ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ମାଡିବସିଲା କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ। ଢେଙ୍କାନାଳ ସଦରବ୍ଲକ ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକ Lic ରେ ଏକ ବିମା ପଲିସି କରିଥିଲେ। ତାଙ୍କର ମୃତ୍ୟୁ ପରେ ଡେଥ କ୍ଲେମ ପାଇଁ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ କ୍ଲେମ ପାଇଁ ଫର୍ମ ଦସ୍ତଖତ ୧୧ହଜାର ଟଙ୍କା ନେବାବେଳେ ଖବରପାଇ ମାଡିବସିଲା ଭିଜିଲାନ୍ସ ଟିମ।

ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ । ଡାକ୍ତର ଜଣଙ୍କ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.