ଭିଜିଲାନ୍ସ କବଜାରେ ଓପେପା ମୁଖ୍ୟ ଆକାଉଟାଣ୍ଟ : ଚଢାଉ ବେଳେ ୭ କୋଟି ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଓପେପା ମୁଖ୍ୟ ଆକାଉଣ୍ଟ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପା ମୁଖ୍ୟ ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟିଙ୍କ ଘରେ ରେଡ୍ କରାଯାଉଛି । ମୋଟ୍ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ସମୟରେ ୬ କୋଟି ୮୭ ଲକ୍ଷ ୧୮ ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି ।

ଭୁବନେଶ୍ୱର ମଧୁସୂଦନ ନଗର ଉତ୍କଳ ଭିଲ୍ଲାରେ ୪ ବିଏଚକେ ଓ ୨ ବିଏଚକେ ଫ୍ଲାଟ, ପୁରୀ କୁମ୍ଭାରପଡ଼ାରେ ଫ୍ଲାଟ୍, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଫ୍ଲାଟ୍ ଜବିତ ହୋଇଛି । ସେହିପରି ତାଙ୍କ ସ୍ୱାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ରହୁଥିବା ଘର ଉପରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ବିଜୟ କେତନ ସାହୁଙ୍କ ବିରୋଧରେ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.