Below header

ଏସ୍‌ଡିପିଓଙ୍କ ପତ୍ନୀ ବ୍ୟାଗ୍‌ ଧରି ଖସି ପଳାଇଗଲେ

ଢେଙ୍କାନାଳ (କେନ୍ୟୁଜ୍‌) : ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ। ତେବେ ଖସି ପଳାଇଗଲେ ତାଙ୍କର ପତ୍ନୀ । ମଳୟ ନାୟକ ଟ୍ରାପ ହେବା ପରେ ହିନ୍ଦୋଳ ସରକାରୀ କ୍ୱାର୍ଟରରୁ ତାଙ୍କ ପତ୍ନୀ ରୀତା ମହାପାତ୍ର ଖସି ଯିବାକୁ ସକ୍ଷମ ହୋଇଛନ୍ତି। ଜଣେ ଅଜଣା ବ୍ୟକ୍ତି ସହ ଦୁଇ ଚକିଆ ଗାଡ଼ିରେ ବସି କେଉଁ ଆଡ଼େ ପଳାଇ ଯାଇଛନ୍ତି । ଗଲା ବେଳେ ଏକ ବ୍ରିଫ କେସ ଓ କ୍ୟାରୀବ୍ୟାଗ ନେଇଥିବା ଅଭିଯୋଗ ହୋଇଛି। ହୁଏତ ଏଥିରେ କିଛି ନଗଦ ଟଙ୍କା ନେଇ ଯାଇଥିବା ସନ୍ଦ୍ରେ କରାଯାଉଛି । ଏବେ ରୀତା ମହାପାତ୍ରଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି ଭିଜିଲାନ୍ସ।

ହିନ୍ଦୋଳ ଏସଡିପିଓ ମଳୟ ନାୟକ ତିରିଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ମାଡିବସି ଥିଲା । ହିନ୍ଦୋଳ କାରନ୍ଦା ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମଳୟ। ପଥର ପରିବହନ ବାବଦରେ ପାସ୍‌ କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ । ଏତିକି ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ ।

ଅଧିକ ତଦନ୍ତ ପାଇଁ କଟକ ଭିଜିଲାନ୍ସ ଟିମ୍ ମଳୟଙ୍କୁ କଟକ ନେଇ ଆସିଛନ୍ତି । ଏସ୍‌ଡିପିଓ ମଳୟ ନାୟକଙ୍କ ସରକାରୀ ଗାଡିରୁ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ଟଙ୍କା ସହ ତାଙ୍କ ଗାଡ଼ିକୁ ଜବତ କରିଛି ଭିଜିଲାନ୍ସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.