ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ କି ସୌରଭ ଗାଙ୍ଗୁଲି ! ଟ୍ୱିଟକୁ ନେଇ ଜୋର ଧରିଛି ଚର୍ଚ୍ଚା

ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୌରଭ ଗାଙ୍ଗୁଲି । ଏହା ପରେ କିଛି ନୂଆ କରିବାକୁ ଚାହୁଁଥିବା କହିଛନ୍ତି ଗାଙ୍ଗୁଲି । ଟ୍ୱିଟ କରି ଏବାବଦରେ ନିଜେ ସୌରଭ ଗାଙ୍ଗୁଲି ସୂଚନା ଦେଇଥିବା ଜଣା ଯାଇଛି । ରାଜନୀତିକୁ ଗାଙ୍ଗୁଲି ଆସିପାରନ୍ତି ବୋଲି ସନ୍ଦେହ କରାଯାଉଛି । ୩୦ ବର୍ଷର କ୍ରିକେଟ ଜୀବନକୁ ଅଲବଦା କହିଲେ ଗାଙ୍ଗୁଲି । ଏହା ସହ ଗାଙ୍ଗୁଲି କହିଛନ୍ତିକି ମୋତେ କ୍ରିକେଟ ଅନେକ କିଛି ଦେଇଛି । ମୁଁ ଏହାର ଋଣ କେବେ ସୁଝିପାରିବି ନାହିଁ । ଆଗକୁ ହୁଏତ ଗାଙ୍ଗୁଲି ରାଜ୍ୟସଭାକୁ ମନୋନୀତ ହୋଇପାରନ୍ତି ବୋଲି ଜଣାଯାଇଛି ।

ଅନ୍ୟ ପକ୍ଷରେ ବିସିସିଆଇ ସଂପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତିଯେ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ନାହାନ୍ତି । ଆଗକୁ ହୁଏତ ତାଙ୍କର କିଛି ଯୋଜନା ରହିଛି ବୋଲି କହିଛନ୍ତି ଜୟ ଶାହ । ଅବଶ୍ୟ ପରେ ନିଜେ ଗାଙ୍ଗୁଲି କହିଛନ୍ତି ଯେ ମୁଁ ଇସ୍ତଫା ଦେଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.