ଅଯୋଧ୍ୟା ରାମ ମନ୍ଦିର ଅଞ୍ଚଳରେ ବିକ୍ରି ହେବନି ମଦ; ସମସ୍ତ ଦୋକାନର ଲାଇସେନ୍ସ ବାତିଲ

ଉତ୍ତର ପ୍ରଦେଶ ଅବକାରୀ ବିଭାଗ ଅଯୋଧ୍ୟା ରାମ ମନ୍ଦିର ଅଞ୍ଚଳରେ ମଦ ଦୋକାନଗୁଡ଼ିକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ନିତିନ ଅଗ୍ରଓ୍ଵାଲ ମଙ୍ଗଳବାର ସୂଚନା ଦେଇ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ଅଞ୍ଚଳରେ ସମସ୍ତ ମଦ ଦୋକାନର ଲାଇସେନ୍ସ ବାତିଲ କରି ଦିଆଯାଇଛି।

କହି ରଖୁଛୁ କି, ବହୁଜନ ସମାଜ ପାର୍ଟି ସଦସ୍ୟ ଭୀମରାଓ ଆମ୍ବେଦକର ଅବକାରୀ ଦୋକାନ ନିୟମ ୧୯୬୮ରେ କରାଯାଇଥିବା ସଂଶୋଧନ ସ୍ଥିତି ବିଷୟରେ ସୂଚନା ମାଗିଥିଲେ, ଯାହାର ଉତ୍ତରରେ ରାଜ୍ୟ ମନ୍ତ୍ରୀ ନିଜର ଜବାବ ରଖିଛନ୍ତି।

ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାମ ମନ୍ଦିର ଗର୍ଭଗୃହ ନିର୍ମାଣ ପାଇଁ ପ୍ରଥମ ଶିଳାନ୍ୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସମାରୋହରେ ସାରା ଦେଶର ସାଧୁସନ୍ଥମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ନେତା ଶରଦ ଶର୍ମାଙ୍କ ଅନୁସାରେ, ରାମ ମନ୍ଦିରର ଗର୍ଭଗୃହ ଲାଲ୍‌ ପଥରରେ ନିର୍ମାଣ କରାଯିବ, ଯାହାକି ବହୁତ ଶୁଭ ହେବ।

ଟ୍ରଷ୍ଟ୍‍ ଅନୁସାରେ, ମନ୍ଦିରର ଗର୍ଭଗୃହ ୨୦୨୪ ଜାନୁଆରୀ ମକର ସଂକ୍ରାନ୍ତି ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଏଠାରେ ଭଗବାନ ରାମଙ୍କ ମୂର୍ତ୍ତି ରଖାଯିବ ଏବଂ ପୂଜା କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.