ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପଦ୍ମପୁର(କେନ୍ୟୁଜ୍‌): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ପଦ୍ମପୁର ବ୍ଳକ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଏକକାଳୀନ ଭାବେ ତାଙ୍କ ପଦ୍ମପୁର ସ୍ଥିତ ଘର ଓ ଦହିତା ପଞ୍ଚାୟତ କାର୍ଯ୍ଯାଳୟରେ ଦୁଇଗୋଟି ଟିମ୍‌ ଚଢ଼ଉ କରିଛନ୍ତି ।

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢ଼ଉ ଚାଲିଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ରେ ୨୨ ଜଣ ସଦସ୍ୟ ପୁରନ୍ଦର ସାହୁଙ୍କ ଘରେ ଚଢ଼ଉ କରିଛନ୍ତି। ପୁରନ୍ଦର ବର୍ତ୍ତମାନ ଦହିତା ଗ୍ରାମପାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.