ବିଲେଇ ପାଇଁ ପୁରଷ୍କାର ରାଶି ଘୋଷଣା, ଖୋଜିଦେଲେ ମିଳିବ ୧୫ ହଜାର ଟଙ୍କା

ବିଲେଇର ମିଳୁନି ପତ୍ତା। ଏ ପୁଣି ଏମିତି ସେମିତି ବିଲେଇ ନୁହେଁ, ଏହି ବିଲେଇକୁ ଯିଏ ଖୋଜିଦେବ ମିଳିବ ୧୫ ହଜାର ଟଙ୍କା। ନେପାଳର ପୂର୍ବ ନିର୍ବାଚନ ଆୟୁକ୍ତଙ୍କ ବିଲେଇ ‘ହିଅର’ର ପ୍ରାୟ ମାସେ ହେବ କୌଣସି ସୁରାକ ମିଳୁନାହିଁ। ତେଣୁ ବିଲେଇକୁ ଖୋଜିଦେଲେ ୧୫ ହଜାର ଟଙ୍କା ପୁରଷ୍କାର ରାଶି ମିଳିବ। ଏହି ପୁରଷ୍କାର ରାଶି ପୂର୍ବରୁ ୧୧ ହଜାର ଟଙ୍କା ଥିଲା।

ବିଲେଇ ଗତ ୧୧ ନଭେମ୍ବର ଗୋରଖପୁର ଜଙ୍କସନରୁ କେଉଁଆଡେ ଚାଲି ଯାଇଥିଲା। ପ୍ରାୟ ଗୋଟେ ମାସ ହେବାକୁ ବସିଲାଣି କିନ୍ତୁ ଏବେବି ବିଲେଇ ‘ହିଅର’ର କୌଣସି ସନ୍ଧାନ ମିଳୁନାହିଁ। ଏହି ବିଲେଇଟିକୁ ଖୋଜିବାରେ ଜିଆରପି, ଆରପିଏଫ ଏବଂ ବନ ବିଭାଗ ଠାରୁ ନେଇ ପ୍ରଶାସନ ଟିମ୍‌ ମଧ୍ୟ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏହିସବୁ ଭିତରେ ପୁର୍ବ ନିର୍ବାଚନ ଆୟୁକ୍ତ ପୁରଷ୍କାର ରାଶି ୧୧ ହଜାର ଟଙ୍କାରୁ ବଢ଼ାଇ ୧୫ ହଜାର ଟଙ୍କା କରିଦେଇଛନ୍ତି।

catଏହି ବିଲେଇକୁ ଖୋଜିବାରେ କୌଣସି ବି ଚେଷ୍ଟା ବାକି ରହିଯାଇନି। ଗୋରଖପୁର ସହରର ସମସ୍ତ ପ୍ରମୁଖ ଖବର କାଗଜରେ ବିଲେଇର ଫଟୋ ସହିତ ପୁରଷ୍କାର ରାଶିର ବି ସୂଚନା ଦିଆଯାଇଛି। ଖବର ଅନୁଯାୟୀ ନେପାଳର ପୂର୍ବତନ ନିର୍ବାଚନ ଆୟୁକ୍ତ ଇଲା ଶର୍ମାଙ୍କ ବିଲେଇ ୧୧ ନଭେମ୍ବର ରାତିରେ ଗୋରଖପୁର ରେଳଷ୍ଟେସନରୁ କେଉଁଆଡେ ହଜି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.