Below header

କଟକ କାନପୁର ପଥର ଖାଦାନ ଉପରେ ଭିଜିଲାନ୍ସ ଚଢଉ: ଗୋଟିଏ ଜେସିବି, ୭ଟି ପାଓ୍ଵାର ଟ୍ରିଲର ସମତେ ବିଭିନ୍ନ ଯନ୍ତ୍ରାଂଶ ଜବତ

ଚୌଦ୍ବାର: କାନପୁର ପଥର ଖାଦାନ ଉପରେ ଭିଜିଲାନ୍ସ ଚଢଉ । ଗୋଟିଏ ଜେସିବି, ୭ଟି ପାଓ୍ଵାର ଟ୍ରିଲର ସମତେ ବିଭିନ୍ନ ଯନ୍ତ୍ରାଂଶ ଜବତ ହୋଇଛି । କଟକ ବନଖଣ୍ଡ ଡାଳିଯୋଡା ବନାଞ୍ଚଳ ଟାଙ୍ଗୀ ଥାନା ଛଘରିଆ ଆଦିବାସୀ ସାହିଠାରେ ଥିବା ପଥର ଖାଦାନରେ ଚଢଉ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଟକ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି ।

ଚଢଉ ବେଳେ ପଥର ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବହୁଦିନ ହେବ ଏଠାରେ ଚୋରା ମାଙ୍କଡା ପଥର କାରବାର ନେଇ ପୂର୍ବରୁ ବନ ଅଧିକାରୀଙ୍କୁ ସୂଚନା ମିଳିଥିଲା । ଏଭଳି ଚଢଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଫରେଷ୍ଟର ଶଶିକାନ୍ତ ବେହେରା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.